Categories: ଜାତୀୟ

ଶାନ୍ତିନିକେତନ ବିଶ୍ୱ ଐତିହ୍ୟ

ରିୟାଧ,୧୮ା୯ : ପଶ୍ଚିମବଙ୍ଗର ଶାନ୍ତିନିକେତନ ସହର ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ହୋଇଛି। ସାଉଦି ଆରବରେ ରବିବାର ଅନୁଷ୍ଠିତ ବିଶ୍ୱ ଐତିହ୍ୟ କମିଟିର ୪୫ତମ ଅଧିବେଶନରେ ଏହି ନିଷ୍ପତ୍ତି ନିଆଯାଇଛି। ବିଶ୍ୱକବି ତଥା ଦାର୍ଶନିକ ରବୀନ୍ଦ୍ର ନାଥ ଟାଗୋର ୧୯୦୧ରେ ଶାନ୍ତି ନିକେତନ ଆବାସିକ ବିଦ୍ୟାଳୟ ସ୍ଥାପନ କରିଥିଲେ।

ଏହା ପ୍ରାଚୀନ ଭାରତୀୟ ପରମ୍ପରା ଏବଂ ଧର୍ମ ଓ ସଂସ୍କୃତିର ସୀମା ଊଦ୍ଧ୍ୱର୍ର୍ରେ ମାନବୀୟ ଏକତା ଦୃଷ୍ଟିଭଙ୍ଗୀ ଆଧାରିତ କଳାକେନ୍ଦ୍ର ଥିଲା। ମାନବୀୟ ଏକତା ବା ‘ବିଶ୍ୱଭାରତୀ’କୁ ସ୍ବୀକୃତି ଦେଇ ୧୯୨୧ରେ ସେଠାରେ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯାଇଥିଲା।

ବୀରଭୂମ ଜିଲାରେ ଅବସ୍ଥିତ ଶାନ୍ତି ନିକେତନକୁ ୟୁନେସ୍କୋ ମାନ୍ୟତା ମିଳିବା ନେଇ ଭାରତ ଦୀର୍ଘଦିନରୁ ଦାବି କରିଆସୁଥିଲା। ଅନ୍ତର୍ଜାତୀୟ କୀର୍ତ୍ତିରାଜି ପରିଷଦ ଶାନ୍ତିନିକେତନକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରିବା ଲାଗି ସୁପାରିସ କରିଥିଲା।

Share