Categories: ଜାତୀୟ

ଶାନ୍ତିଶ୍ରୀ ଜେଏନ୍‌ୟୁର ପ୍ରଥମ ମହିଳା କୁଳପତି…

ନୂଆଦିଲ୍ଲୀ, ୭।୨ : ଦେଶର ପ୍ରତିଷ୍ଠିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ର ନୂତନ କୁଳପତି ଭାବେ ପ୍ରଫେସର ଶାନ୍ତିଶ୍ରୀ ଧୁୁଲିପୁଡି ପଣ୍ଡିତଙ୍କୁ ନିଯୁକ୍ତି ଦିଆଯାଇଛି। ସେ ଜେଏନୟୁ ପ୍ରଥମ ମହିଳା କୁଳପତି ଭାବେ ଦାୟିତ୍ୱ ସମ୍ଭାଳିବେ। ଧୁଲିପୁଡି ପୁଣେର ସାବିତ୍ରୀ ବାଇ ଫୁଲେ ପୁଣେ ବିଶ୍ୱବିଦ୍ୟାଳୟର ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ।

ଏହି ନୂତନ ନିଯୁକ୍ତି ଦ୍ୱାରା ସେ ଜେଏନ୍‌ୟୁରେ ଆସନ୍ତା ପାଞ୍ଚ ବର୍ଷ କାର୍ଯ୍ୟ କରିବେ। ସେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ କାର୍ଯ୍ୟକାଳ ସମୟ ଆରମ୍ଭ ହେବ।

ଜେଏନୟୁର କୁଳପତି ପ୍ରଫେସର ଡ. ଏମ୍‌ ଜଗଦୀଶ୍‌ ସୋମବାର ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବେ।

ଜଗଦୀଶ୍‌ଙ୍କର କାର୍ଯ୍ୟକାଳ ଜେଏନୟୁ କୁଳପତି ଭାବେ ୨୦୨୧ ଜାନୁୟାରୀ ୨୬ରେ ଶେଷ ହୋଇଥିଲା। ତେବେ ତାଙ୍କର କାର୍ଯ୍ୟକାଳକୁ ପୁଣି ବୃଦ୍ଧି କରାଯାଇଥିଲା।

Share