Categories: ଜାତୀୟ

ଶରଦ ଯାଦବଙ୍କ ବିୟୋଗରେ ଶୋକ ବ୍ୟକ୍ତ କଲେ ଶାହା, କହିଲେ ଦେଶ ପାଇଁ ଅପୂରଣୀୟ କ୍ଷତି

ନୂଆଦିଲ୍ଲୀ,୧୩।୧: ବରିଷ୍ଠ ସମାଜବାଦୀ ନେତା ଶରଦ ଯାଦବଙ୍କ ଦେହାନ୍ତରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୋକ ବ୍ୟକ୍ତ କରିଛନ୍ତି। ସେ ଟୁଇଟ୍‌ କରି ଲେଖିଛନ୍ତି, ଆମ ସମସ୍ତଙ୍କ ମଧ୍ୟରେ ଶରଦ ଯାଦବ ଜୀଙ୍କର ଅନୁପସ୍ଥିତି ଦେଶ ପାଇଁ କ୍ଷତି। ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ପରେ ସେ ଏହି ସଂଗ୍ରାମର ମୁଖ୍ୟ ନେତା ଥିଲେ। ତାଙ୍କ ମୃତ୍ୟୁ ଏହି ଦେଶ ତଥା ସମାଜବାଦୀ ଆନ୍ଦୋଳନ ପାଇଁ ଏକ ବଡ କ୍ଷତି। ଏହ ଦୁଃଖ ସମୟରେ ତାଙ୍କ ପରିବାର ଏବଂ ସମର୍ଥକଙ୍କୁ ସମବେଦନା ଜଣାଉଛି।

ଶରଦ ଯାଦବଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ମୋଦି, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମେତ ଅନେକ ବରିଷ୍ଠ ନେତା ତାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।

Share