Categories: ଜାତୀୟ

ଶରଦ ପଓ୍ବାର ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୨୯।୩: ଏନ୍‌ସିପି ଅଧ୍ୟକ୍ଷ ଶରଦ ପଓ୍ବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ପେଟରେ ଯନ୍ତ୍ରଣା ହେବାରୁ ଚିକିତ୍ସା ଲାଗି ତାଙ୍କୁ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ ନିଆଯାଇଛି। ସେଠାର ତାଙ୍କର ଏଣ୍ଡୋସ୍କୋପି କରାଯାଇଛି। ତାଙ୍କ ଗଲ୍‌ ବ୍ଲାଡରରେ ସମସ୍ୟା ଥିବା ଡାକ୍ତର କହିଛନ୍ତି। ମାର୍ଚ୍ଚ ୩୧ରେ ଶରଦଙ୍କର ସର୍ଜରୀ ହେବ ବୋଲି ଏନସିପି ନେତା ନବାବ ମଲିକ୍‌ ନିଜ ଟୁଇଟର ହ୍ୟାଣ୍ଡେଲରେ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

Share