ମୁମ୍ବାଇ,୨୧।୧୦: ମହାରାଷ୍ଟ୍ର ରାଜନୀତି ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ତଥା ଆରପିଆଇ ନେତା ରାମଦାସ ଅଠୱାଲେ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଟାର୍ଗେଟ୍ କରିଛନ୍ତି। ଅଠୱାଲେ କହିଛନ୍ତି, ପାୱାର ଏପରି ଏକ ରାଜନୈତିକ ଗୁଗଲି ଫିଙ୍ଗିଥିଲେ ଯେ ଉଦ୍ଧବ ଠାକରେ ବୋଲ୍ଡ ହୋଇଥିଲେ। ମୁମ୍ବାଇ କ୍ରିକେଟ ଆସୋସିଏସନ (ଏମସିଏ) ନିର୍ବାଚନ ହେବାକୁ ଥିବାବେଳେ ପାୱାର ଏବଂ ଫଡନଭିସ ଗୋଟିଏ ପିଚ୍ରେ ଖେଳିବା ନେଇ କଳ୍ପନାଜଳ୍ପନା ଚାଲିଛି। ଏହି ସମୟରେ ଅଠଓ୍ବାଲେଙ୍କ ଏହି ମନ୍ତବ୍ୟ ଆସିଛି। ତାଙ୍କ ମନ୍ତବ୍ୟ ମହାରାଷ୍ଟ୍ର ରାଜନୀତିରେ ଏକ ନୂଆ ଚହଳ ସୃଷ୍ଟି କରିପାରେ।
ଏକ ଗଣାମଧ୍ୟମ ସହିତ ହୋଇଥିବା ଆଲୋଚନାରେ ରାମଦାସ ଅଠଓ୍ବାଲେ କହିଛନ୍ତି, ରାଜନୀତିରେ କୌଣସି ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ଏବଂ ଯେକୌଣସି ସମୟରେ କିଛି ହୋଇପାରେ। ମୁଁ ଦୀର୍ଘ ଦିନ ଧରି ଏହା କହିଆସୁଛି। ଉଭୟ ଶରଦ ପାୱାର ଏବଂ ଦେବେନ୍ଦ୍ର ଫଡନଭିସ ଭଲ ଖେଳାଳି। ଉଭୟ ସେମାନଙ୍କର ଖେଳକୁ ଭଲ ଭାବରେ ଜାଣନ୍ତି।