Categories: ଜାତୀୟ

ନିର୍ବାଚନରେ ତୂରୀ ଚିହ୍ନ ବ୍ୟବହାର ଲାଗି ପାଓ୍ବାର ଗୋଷ୍ଠୀକୁ ଅନୁମତି

ନୂଆଦିଲ୍ଲୀ,୨୦।୩: ଆଗାମୀ ଲୋକ ସଭା ଏବଂ ବିଧାନସଭା ନିର୍ବାଚନରେ ଶରଦ ପାଓ୍ବାରଙ୍କ ଗୋଷ୍ଠୀ ଏହାର ନାମ ‘ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି-ଶରଦଚନ୍ଦ୍ର ପାଓ୍ବାର’ ଏବଂ ଦଳୀୟ ଚିହ୍ନ ‘ତୂରୀ ବଜାଉଥିବା ବ୍ୟକ୍ତି’ ବ୍ୟବହାର କରିପାରିବେ। ଏଥିପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର ଅନୁମତି ପ୍ରଦାନ କରିଛନ୍ତି। ଅଜିତ ପାଓ୍ବାରଙ୍କ ଗୋଷ୍ଠୀ ନିର୍ବାଚନରେ ‘ଘଣ୍ଟା’ ଚିହ୍ନ ବ୍ୟବହାର ଉପରେ ରୋକ ଲଗାଇବାକୁ ଶରଦ ପାଓ୍ବାର ଗୋଷ୍ଠୀ ଆବେଦନ କରିଥିଲା। ଶରଦ ପାଓ୍ବାର ଏନ୍‌ସିପି ପ୍ରତିଷ୍ଠା କରିଥିବାବେଳେ ଏହା ବିଭାଜିତ ହେବା ପୂର୍ବରୁ ଦଳୀୟ ଚିହ୍ନ ଘଣ୍ଟା ରହିଥିଲା। ଅଜିତ ପାଓ୍ବାରଙ୍କ ଗୋଷ୍ଠୀକୁ ନିର୍ବାଚନ କମିଶନ ପ୍ରକୃତ ଏନ୍‌ସିପିର ମାନ୍ୟତା ଦେବା ସହ ଘଣ୍ଟା ଚିହ୍ନ ପ୍ରଦାନ କରିଥିବାରୁ ଏହା ନିର୍ବାଚନରେ ଭୋଟରଙ୍କୁ ବିଭ୍ରାନ୍ତ କରିବ ବୋଲି ଅଭିଯୋଗ କରି ପାଓ୍ବାର ଗୋଷ୍ଠୀ ଉକ୍ତ ଚିହ୍ନରେ ଲଢ଼ିବା ପାଇଁ ଅଜିତ ଗୋଷ୍ଠୀକୁ ଅନୁମତି ନ ଦେବାକୁ ଅନୁରୋଧ କରିଥିଲେ। ଏହା ବିଚାରାଧୀନ ଥିବାବେଳେ ଚଳିତ ନିର୍ବାଚନରେ ଅଜିତ ଗୋଷ୍ଠୀ ଘଣ୍ଟା ଚିହ୍ନ ବ୍ୟବହାର କରିବାକୁ ଅଦାଲତ କହିଛନ୍ତି।

Share