Categories: ଜାତୀୟ

ବର୍ଷାରେ ଭିଜି ଭିଜି ଭାଷଣ ଦେଲେ ଶରଦ ପାଓ୍ବାର,ଭିଡିଓ ଭାଇରାଲ…

ନୂଆଦିଲ୍ଲୀ,୨୭।୧୧ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ପ୍ରତିଷ୍ଠାତା ଶରଦ ପାୱାର ବର୍ଷା ମଧ୍ୟରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିଥିଲେ, ଯାହା ଅକ୍ଟୋବର ୨୦୧୯ ରେ ଦେଇଥିବା ଏକ ନିର୍ଣ୍ଣାୟକ ଭାଷଣର ସ୍ମୃତିକୁ ଫେରାଇ ଆଣିଥିଲା। ମହାରାଷ୍ଟ୍ରରେ ଗତ ବିଧାନସଭା ନିର୍ବାଚନ ସମୟରେ ଦିଆଯାଇଥିବା ଭାଷଣରୁ ତାଙ୍କ ଦଳ ଉପକୃତ ହୋଇଥିବା କୁହାଯାଉଛି।

ପାୱାର ନାଭି ମୁମ୍ବାଇରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଯେଉଁଠାରେ ସକାଳ ଠାରୁ ବର୍ଷା ହେଉଥିଲା। ସେ ଭାଷଣ ଆରମ୍ଭ କରିବା ମାତ୍ରେ ହାଲୁକା ବର୍ଷା ଆରମ୍ଭ ହୋଇଗଲା। ତେବେ ଆସନ୍ତା ମାସରେ ୮୩ ବର୍ଷରେ ପାଦ ଦେବାକ ଯାଉଥିବା ଭେଟେରାନ ନେତା ପାୱାର ଭିଜି ଭିଜି ଭାଷଣ ଦେଇଥିଲେ।

ବର୍ଷା ମଧ୍ୟରେ ସେ କହିଛନ୍ତି, ’ଆଜି ବର୍ଷା ଯୋଗୁ ଏଠାରେ ଆମର ଯୋଜନା ବ୍ୟାହତ ହୋଇଛି। କିନ୍ତୁ ଆମେ ସେହି ଲୋକ ଯେଉଁମାନେ ଏତେ ସହଜରେ ହାର ମାନିବେ ନାହିଁ, ପଛକୁ ଫେରିବା ନାହିଁ। ଭବିଷ୍ୟତରେ ମଧ୍ୟ ଆମର ସଂଗ୍ରାମ ଜାରି ରହିବା ଆବଶ୍ୟକ।

ଏହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହା ତାଙ୍କ ସମର୍ଥକମାନଙ୍କ ପାଇଁ ଚାରି ବର୍ଷ ତଳର ସମାନ ଘଟଣାର ସ୍ମୃତି ଫେରାଇ ଆଣିଛି।

 

Share