Categories: ଜାତୀୟ

ପଡିପାରେ ଶରଦ ପାଓ୍ବାରଙ୍କ ଆଉ ଏକ ଓ୍ବିକେଟ!

ମୁମ୍ବାଇ,୯।୭: ମହାରାଷ୍ଟ୍ର ରାଜନୀତିରେ କିଛି ଦିନ ହେବ ହଲଚଲ ଲାଗି ରହିଛି। ଚାଚା ଶରଦ ପାଓ୍ବାରଙ୍କ ସହ ଗେମ ଖେଳିବା ପରେ ଅଜିତ ପାଓ୍ବାର ଏନଡିଏ ସରକାରରେ ସାମିଲ ହୋଇଯାଇଛନ୍ତି। ଏହାପରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ଦୁଇ ଭାଗ ହୋଇଯାଇଛି। ଏବେ ମିଳିଥିବା ସୂଚନାରୁ ଜଣାପଡିଛି କି ଶରଦ ପାଓ୍ବାରଙ୍କ ଗ୍ରୁପର ଆଉ ଜଣେ ବିଧାୟକ ଅଜିତ ପାଓ୍ବାରଙ୍କ ଗ୍ରୁପରେ ସାମିଲ ହେବାକୁ ଯାଉଛନ୍ତି।

ଶରଦ ପାୱାର କ୍ୟାମ୍ପର ବିଧାୟକ ରାଜେନ୍ଦ୍ର ଶିଙ୍ଗନେ ରବିବାର ଦଳ ବଦଳାଇବାକୁ ସୂଚନା ଦେଇଛନ୍ତି। ଶିଙ୍ଗନେ କହିଛନ୍ତି ଯେ ଯଦି ଅଜିତ ପାୱାର ବୁଲଦାନା ଜିଲ୍ଲା ବ୍ୟାଙ୍କକୁ ସାହାଯ୍ୟ କରନ୍ତି, ତେବେ ମୁଁ ତାଙ୍କୁ ସମର୍ଥନ କରିପାରିବି। ଏଥି ସହିତ ୫ତାରିଖ ଦିନ ବୈଠକରେ ଶରଦ ପାୱାରଙ୍କ ସହ ଥିବା ମକରନ୍ଦ ପାଟିଲ ମଧ୍ୟ ଅଜିତ ପାୱାରଙ୍କ ସହ ଅଛନ୍ତି ବୋଲି ଘୋଷଣା କରିଛନ୍ତି।
ଏହା ବ୍ୟତୀତ କିରଣ ଲାହମଟେ ପୂର୍ବ ଦିନ ଶନିବାର ଅଜିତଙ୍କୁ ଭେଟିଥିଲେ। ନାସିକର ଦେବଲାଲୀରୁ ବିଧାୟକ ସରୋଜ ଅହିରେ ଏବେ ମଧ୍ୟ ହସ୍ପିଟାଲରେ ଅଛନ୍ତି ଏବଂ ତାଙ୍କ କାର୍ଡ ଖୋଲି ନାହାଁନ୍ତି କିନ୍ତୁ ସୁପ୍ରିୟା ସୁଲେ ତାଙ୍କୁ ଭେଟିଛନ୍ତି। ପରେ ଛଗନ ଭୁଜବଲ ମଧ୍ୟ ତାଙ୍କ ଅବସ୍ଥା ବିଷୟରେ ଜାଣିବାକୁ ସେଠାରେ ପହଞ୍ଚିଥିଲେ।

Share