Categories: ଜାତୀୟ

ହୋଇପାରେ ବଡ଼ ଖେଳ! ନୀତୀଶ କୁମାର, ଚନ୍ଦ୍ରବାବୁ ନାଇଡୁଙ୍କ ଯୋଗାଯୋଗରେ ଶରଦ ପାୱାର

ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନର ଭୋଟ ଗଣତି ଜାରି ରହିଥିବା ବେଳେ ଭାଜପା ମ୍ୟାଜିକ୍‌ ନମ୍ବରଠାରୁ ବହୁ ଦୂରରେ ରହିଛି। ଏପରି ସ୍ଥିତିରେ ଦଳ ଏକାକୀ ସରକାର ଗଢିବାକୁ ସକ୍ଷମ ନ ହୋଇପାରେ ବୋଲି କୁହାଯାଇଛି। ତେଣୁ ଭାଜପାକୁ ସହଯୋଗୀ ଦଳଙ୍କର ଆବଶ୍ୟକ ରହିଛି। ଏଭଳି ପରିସ୍ଥିତିରେ ଇଣ୍ଡିଆ ଭଲ ସ୍ଥିତିରେ ରହିଛି।

ଅନ୍ୟପଟେ, ବରିଷ୍ଠ ନେତା ଶରଦ ପାୱାର ଭାଜପାର ଦୁଇ ସହଯୋଗୀ ଟିଡିପିର ଚନ୍ଦ୍ରବାବୁ ନାଇଡୁ ଓ ଜେଡିୟୁର ନୀତୀଶ କୁମାରଙ୍କ ସହ ଯୋଗାଯୋଗ ଆରମ୍ଭ କରିଛନ୍ତି। ଉଭୟଙ୍କୁ ସେ ବିରୋଧୀ ମେଣ୍ଟ ଇଣ୍ଡିଆକୁ ଆଣିବାକୁ ପ୍ରୟାସ ଆରମ୍ଭ କରି ଦେଇଥିବା ଜଣାପଡିଛି।

 

Share