Categories: ଜାତୀୟ

ଇସ୍ତଫା ଦେବେ ନାହିଁ ଉଦ୍ଧବ, ଶକ୍ତି ପରୀକ୍ଷାକୁ କରିବେ ଅପେକ୍ଷା

ମୁମ୍ବାଇ,୨୫ ।୬: ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ବେଳକୁ ବେଳ ଜଟିଲ ହେବାରେ ଲାଗିଛି । ଏକନାଥ ସିନ୍ଦେଙ୍କୁ ସହଯୋଗ କରୁଥିବା ଶିବସେନାର ଅସନ୍ତୁଷ୍ଟ ବିଧାୟକମାନେ ଏବେ ମହାରାଷ୍ଟ୍ର ସରକାରକୁ ଭାଙ୍ଗିବାକୁ ଏକ ପ୍ରକାର ସ୍ଥିର କରି ନେଇଥିବା ବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କିନ୍ତୁ ତାଙ୍କ ଜିଦରେ ଅଟଳ । ସିନ୍ଦେ ସରକାର ଗଠନ କରିବାକୁ ସମସ୍ତ ଶକ୍ତି ଲଗାଇ ଦେଇଥିବା ବେଳେ ଉଦ୍ଧବ ଠାକରେ କିନ୍ତୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମନା କରି ଦେଇଛନ୍ତି । ସେ ଶକ୍ତି ପରୀକ୍ଷାକୁ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ଉଦ୍ଧବ ଠାକରେ ଓ ଶରଦ ପାୱାରଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

Share