Categories: ଜାତୀୟ

ମୁମ୍ବାଇରୁ ଦିଲ୍ଲୀ ପହଞ୍ଚିଲା ଏନସିପି ଲଢେଇ, ରାଜଧାନୀରେ ପହଞ୍ଚିଲେ ଶରଦ ପାଓ୍ବାର, ଝିଅ ସୁପ୍ରିୟା

ନୂଆଦିଲ୍ଲୀ,୬।୭: ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି(ଏନସିପି)ରୁ ଅଜିତ ପାଓ୍ବାରଙ୍କ ବିଦ୍ରୋହ ପରେ ମହାରାଷ୍ଟ୍ର ରାଜନୀତିରେ ହଲଚଲ ଆରମ୍ଭ ହୋଇଛି। ଇତି ମଧ୍ୟରେ ଶରଦ ପାଓ୍ବାର ଦିଲ୍ଲୀରେ ଏନସିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ନିଜର ଶକ୍ତି ଦେଖିବାକୁ ପ୍ରସ୍ତୁତ ହେଲେଣି। ବୈଠକରେ ସାରା ଦେଶର ଏନସିପି ନେତା ଏକାଠି ହେବା ଆଶା କରାଯାଉଛି। ଏହାରି ଭିତରେ ଶରଦ ପାଓ୍ବାର ଓ ଝିଅ ସୁପ୍ରିୟା ସୁଲେ ଦିଲ୍ଲୀ ପହଞ୍ଚିଯାଇଛନ୍ତି।
ସୂଚନାଯୋଗ୍ୟ, ଏହି ବୈଠକ ମାଧ୍ୟମରେ ଶରଦ ପାଓ୍ବାର ସମସ୍ତ ନେତାଙ୍କୁ ଏକାଠି କରିବାକୁ ଚେଷ୍ଟା କରିବେ ବୋଲି ଅନୁମାନ କରାଯାଉଛି। ଦଳ ଓ ଏହାର ଚିହ୍ନ ଉପରେ ନିଜର ଦାବି ହରାଇବା ଭୟରେ ଶରଦ ପାଓ୍ବାରଙ୍କ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଇତି ମଧ୍ୟରେ ବୈଠକ ପୂର୍ବରୁ ଏନଡିଏମସି ଓ ଏନସିପି ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କ ପୋଷ୍ଟର ଓ ହୋର୍ଡିଂ ହଟାଇ ଦିଆଯାଇଛି। ମୌଲାନା ଆଜାଦ ରୋଡ ସର୍କଲ ଓ ଜନପଥ ସର୍କଲ ନିକଟରୁ ପୋଷ୍ଟର ହଟାଇ ଦିଆଯାଇଛି।

Share