Categories: ଜାତୀୟ

ଡବଲ ପାଓ୍ବାର ଡ୍ରାମା: ନା ଥକିଛି, ନା ରିଟାୟାର ହେବି, ମୁଁ ନିଆଁ: ଶରଦ ପାଓ୍ବାର

ମୁମ୍ବାଇ,୮।୭: ମହାରାଷ୍ଟ୍ର ରାଜନୀତିରେ ଚାଲିଛି ଡବଲ ପାଓ୍ବାର ଡ୍ରାମା। ଦାଦା-ପୁତୁରା କଳି ଭିତରେ ଫଶିଯାଇଛନ୍ତି ସିନ୍ଦେ ସରକାର। ସେପଟେ ମହାରାଷ୍ଟ୍ର ମହାନାଟକର ଦର୍ଶକ ସାଜିଛି ଭାଜପା। ଡ୍ରାମାରେ ଥାଇ ମଧ୍ୟ ଡ୍ରାମାରେ ନାହିଁ ବୋଲି ମତ ଦେଇଛି ଭାଜପା। କିଛି ଦିନ ପୂର୍ବରୁ ବିଦ୍ରୋହୀ ଅଜିତ ପାଓ୍ବାର ଦାଦା ଶରଦ ପାୱାରଙ୍କୁ ବୟସ ନେଇ ଉପହାସ କରିଥିଲେ। ସେ କହିଥିଲେ, ଆପଣଙ୍କ ବୟସ ୮୩ଟପିଲାଣି। ଏବେ ତ ରାଜନୀତିରୁ ଅବସର ନିଅନ୍ତୁ। ତେବେ ପୁତୁରାଙ୍କ ଏଭଳି ମନ୍ତବ୍ୟରେ ଶରଦ ତାଙ୍କୁ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ମୁହଁତୋଡ ଜବାବ ଦେଇଥିଲେ।

ନିକଟରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇଛନ୍ତି ଶରଦ। ସାକ୍ଷାତକାରରେ ଅଜିତଙ୍କ ମନ୍ତବ୍ୟ ବିଷୟରେ ପଚରାଯାଇଥିବା ବେଳେ ପାୱାର କହିଛନ୍ତି, ‘ମୋରଜୀ ଦେଶାଇ କେଉଁ ବୟସରେ ପ୍ରଧାନମନ୍ତ୍ରୀ ହୋଇଥିଲେ? ମୁଁ ପ୍ରଧାନମନ୍ତ୍ରୀ କିମ୍ବା ମନ୍ତ୍ରୀ ହେବାକୁ ଚାହୁଁ ନାହିଁ, କିନ୍ତୁ ଲୋକଙ୍କ ସେବା କରିବାକୁ ଚାହୁଁଛ’ି।

ପାଓ୍ବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କଥାକୁ ଦୋହରାଇ କହିଛନ୍ତି, ‘ମୁଁ ଥକି ନାହିଁ କି ଅବସର ନେବାକୁ ଚାହୁଁ ନାହିଁ ମୁଁ ନିଆଁ ହୋଇ ଆଜି ବି ଜଳୁଛି। ସେମାନେ କିଏ ମୋତେ ଅବସର ନେବାକୁ କହିବେ’।

Share