Categories: ଜାତୀୟ

ଶିବସେନା-ଏନସିପି ମଧ୍ୟରେ ବିଭାଜନ କରିଛି ଭାଜପା, ଶରଦ ପାଓ୍ବାରଙ୍କ ଅଭିଯୋଗ

ମୁମ୍ବାଇ,୬।୯: ଶିବସେନା-ଏନସିପି ମଧ୍ୟରେ ବିଭାଜନ ସୃଷ୍ଟି କରିଛି ଭାଜପା। ଏଭଳି ଅଭିଯୋଗ ଆଣିଛନ୍ତି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଅଧ୍ୟକ୍ଷ ଶରଦ ପାୱାର। ଜାଲଗାଓଁରେ ଏକ ସମାବେଶକୁ ସମ୍ବୋଧିତ କରି ସେ କରି କହିଛନ୍ତି, ଗତ ନଅ ବର୍ଷ ମଧ୍ୟରେ ମୋଦି ସରକାର କେବଳ ପ୍ରତିଦ୍ୱନ୍ଦ୍ୱୀ ରାଜନୈତିକ ଦଳ ମଧ୍ୟରେ ବିଭାଜନ ସୃଷ୍ଟି କରିବାରେ ନିୟୋଜିତ ଅଛନ୍ତି। ଶରଦ ପାୱାର କହିଛନ୍ତି, ମହାରାଷ୍ଟ୍ର ତଥା କେନ୍ଦ୍ରରେ ମଧ୍ୟ ଭାଜପା କ୍ଷମତାରେ ଅଛି, କିନ୍ତୁ ରାଜ୍ୟରେ କୃଷକଙ୍କ ଅବସ୍ଥା ପ୍ରତି ସେ ଗୁରୁତ୍ୱ ଦେଉନାହାନ୍ତି। ଯେଉଁମାନେ କମ୍‌ ବର୍ଷା ଯୋଗୁ ମରୁଡ଼ି ପରିସ୍ଥିତିକୁ ସାମ୍ନା କରୁଛନ୍ତି।

ଉତ୍ତର ମହାରାଷ୍ଟ୍ରର ଜାଲଗାଁରେ ରାଲି ପୂର୍ବରୁ ଶରଦ ପାୱାର ନାଶିକ, ବିଡ ଏବଂ କୋହ୍ଲାପୁର ଜିଲାରେ ରାଲି କରିଥିଲେ। ସେ କହିଛନ୍ତି, ଦେଶରେ ମୋଦି ସରକାର ଅଛନ୍ତି। ସେ ଗତ ନଅ ବର୍ଷ ମଧ୍ୟରେ କ’ଣ କରିଛନ୍ତି? ସେମାନେ କେବଳ ବିଭାଜନ ରାଜନୀତିରେ ନିୟୋଜିତ ଅଛନ୍ତି। ଶିବସେନା ଏବଂ ଏନସିପି ମଧ୍ୟରେ ଭାଜପା ବିଭାଜନ ସୃଷ୍ଟି କରିଥିଲା। ଲୋକମାନେ ତାଙ୍କୁ ଦେଇଥିବା ଶକ୍ତିକୁ ଏକ ଉତ୍ତମ ଉଦ୍ଦେଶ୍ୟରେ ବ୍ୟବହାର କରିବା ପରିବର୍ତ୍ତେ, ସେ ଏହାକୁ ଇଡି ଏବଂ ସିବିଆଇ ମାଧ୍ୟମରେ ବିରୋଧୀଙ୍କ ବିରୋଧରେ ମିଥ୍ୟା ମାମଲା ଦାୟର କରିବାରେ ଲାଗିଛନ୍ତି।

Share