Categories: ଜାତୀୟ

ବିଦେଶରେ ଉଦ୍ଧବ, ଶିନ୍ଦେଙ୍କୁ ଭେଟିଲେ ଶରଦ ପାୱାର

ମୁମ୍ବାଇ,୧।୬: ଏନସିପି ସୁପ୍ରିମୋ ଶରଦ ପାୱାର ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଭେଟିବା ପାଇଁ ବର୍ଷା ବଙ୍ଗଳାଠାରେ ପହଞ୍ଚିଛନ୍ତି। ଉଦ୍ଧବ ଠାକ୍‌ରେ ବିଦେଶରେ ଅଛନ୍ତି। ଏହି ସମୟରେ ଶରଦ ପାୱାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଛନ୍ତି। ଏହି ସାକ୍ଷାତର ବିଷୟବସ୍ତୁ ବିଷୟରେ କୌଣସି ସୂଚନା ପ୍ରକାଶ କରାଯାଇନାହିଁ। କିନ୍ତୁ ଏହି ସାକ୍ଷାତ ନିଶ୍ଚିତ ଭାବରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

Share