Categories: ଜାତୀୟ

ଏହି ନେତାଙ୍କୁ ଏନସିପିର କାର୍ଯ୍ୟନିର୍ବାହୀ କମିଟିରୁ ହଟାଇଲେ ଶରଦ

ମୁମ୍ବାଇ,୮।୮: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ମଙ୍ଗଳବାର ଦଳର ବରିଷ୍ଠ ନେତା ତଥା ବିଧାୟକ ଥୋମାସ କେ ଥୋମାସଙ୍କୁ ନିଜର କାର୍ଯ୍ୟନିର୍ବାହୀ କମିଟିରୁ ହଟାଇ ଦେଇଛନ୍ତି। ଅନୁଶାସନହୀନତା ଦର୍ଶାଇ ପାୱାର ଏହି ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଥୋମାସ କେରଳ ବିଧାନସଭାରେ କୁଟ୍ଟନାଡ ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ୱ କରନ୍ତି। ଏନସିପି କେରଳର ଶାସକ ବାମ ଲୋକତାନ୍ତ୍ରିକ ମୋର୍ଚ୍ଚା (ଏଲଡିଏଫ୍‌)ର ଏକ ଅଂଶ। ଦଳର ବିଧାୟକଙ୍କ ବିରୋଧରେ ଏନସିପି ଏହି ପଦକ୍ଷେପ ନେଇଛି ଯେତେବେଳେ ଥୋମାସ ନିଜ ଦଳର କିଛି ସଦସ୍ୟଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ରାଜ୍ୟ ପୋଲିସ ମୁଖ୍ୟଙ୍କୁ ଅଭିଯୋଗ କରିଥିଲେ।

Share