ମୁମ୍ବାଇ,୩।୫: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ମୁଖ୍ୟ ଶରଦ ପାଓ୍ବାର ମଙ୍ଗଳବାର ପାର୍ଟିର ମୁଖ୍ୟ ପଦରୁ ଇସ୍ତଫା ଦେବା କଥା ଘୋଷଣା କରିଥିଲେ। ଏହାପରଠାରୁ ମହାରାଷ୍ଟ୍ର ରାଜନୀତିରେ ହଇଚଇ ଦେଖାଦେଇଛି। ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ଏହାକୁ ନେଇ ଏକ ବୟାନ ଜାରି କରି ପରିସ୍ଥିତିକୁ ଆହୁରି ରୋଚକ କରିବାକୁ ଚେଷ୍ଟା କରିଛି। ଭାଜପାର ଅଧ୍ୟକ୍ଷ ଦିଲିପ ଘୋଷ କହିଛନ୍ତି ମହାରାଷ୍ଟ୍ର ରାଜନୀତିରେ ବଡ ପରିବର୍ତ୍ତନ ହେବାକୁ ଯାଉଛି।
ଭାଜପା ନେତା ଘୋଷ କହିଛନ୍ତି, ବେଶ କିଛିଦିନ ହେବ ମହାରାଷ୍ଟ୍ର ରାଜନୀତିରେ ଉତ୍ଥାନ ପତନ ଲାଗି ରହିଛି। କିଛି ଆଲୋଚନା ଜାରି ରହିଛି ଆଉ ଏହା ହେଉଛି ତା’ର ଫଳାଫଳ। ସେ ଦାବି କରିଛନ୍ତି କି ଏନସିପିର ଅସ୍ଥିତ୍ୱ ସଙ୍କଟରେ, ଶରଦ ପାଓ୍ବାର ତାଙ୍କ ଶକ୍ତି ହରାଇବାରେ ଲାଗିଛନ୍ତି। ଯେଉଁଭଳି ଶକ୍ତି ନେଇ ପାଓ୍ବାର ଆଗକୁ ବଢୁଥିଲେ ଏବେ ତାହା ବିପଦରେ। ତେବେ ରାଜ୍ୟ ରାଜନୀତିରେ ବହୁତ ବଡ ପରିବର୍ତ୍ତନ ହେବ ବୋଲି ଭାଜପା ନେତା ଶ୍ରୀ ଘୋଷ କହିଛନ୍ତି।
Posted inଜାତୀୟ