Categories: ଜାତୀୟ

ଫ୍ଲୋର ଟେଷ୍ଟରେ ଜଣାପଡ଼ିବ ବହୁମତ କାହା ପାଖରେ: ପାଓ୍ବାର

ମୁମ୍ବାଇ,୨୩।୬: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ମଧ୍ୟରେ ଏନ୍‌ସିପି ମୁଖ୍ୟ ଶରଦ ପାୱାର ମହାବିକାଶ ଅଘାଢ଼ି(ଏମ୍‌ଭିଏ) ସରକାରଙ୍କୁ ବଞ୍ଚାଇବା ପାଇଁ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି। ସେ କହିଛନ୍ତି, ବିଧାନସଭାରେ ଆସ୍ଥା ଭୋଟ (ଫ୍ଲୋର ଟେଷ୍ଟ) ହେଲେ ଜଣାପଡ଼ିବ ସଂଖ୍ୟାଗରିଷ୍ଠତା କାହା ପାଖରେ ରହିଛି। ଯେଉଁ ପରିସ୍ଥିତି ଏବେ ସୃଷ୍ଟି ହୋଇଛି ସେଥିରେ ଆମେ ବିଜୟ ଲାଭ କରିବୁ। ଉଦ୍ଧବଙ୍କ ନେତୃତ୍ୱରେ ଏହି ସରକାର ହିଁ ଚାଲିବ, ଏହା ସମଗ୍ର ଦେଶ ଜାଣିବ ବୋଲି ପାଓ୍ବାର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଗୁରୁବାର ଏନ୍‌ସିପି ମୁଖ୍ୟଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଉଦ୍ଧବଙ୍କୁ ସମର୍ଥନ କରାଯାଇଛି। ଏହି ବୈଠକରେ ଏନ୍‌ସିପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି, ମହାରାଷ୍ଟ୍ରରେ ଯେକୌଣସି ରାଜନୈତିକ ପରିସ୍ଥିତି ସୃଷ୍ଟି ହୋଇଛି, ସେଥିରେ ଦଳ ଉଦ୍ଧବଙ୍କ ସହ ସମ୍ପୂର୍ଣ୍ଣ ଛିଡା ହୋଇଛି। ଅନ୍ୟପକ୍ଷରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ଦଳ ଅଘାଡ଼ି ସରକାରଙ୍କୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରୁଛି।

Share