Categories: ଜାତୀୟ

ଦଳଭେଦୀ ଅଜିତଙ୍କ ଉପରେ ବର୍ଷିଲେ ଶରଦ ପାଓ୍ବାର, କହିଲେ ଅସୁବିଧା ଥିଲା ଯଦି…

ମୁମ୍ବାଇ,୫।୭: ଅଜିତ ପାୱାରଙ୍କ ବିଦ୍ରୋହ ପରେ ବୁଧବାର ଦିନ ଶରଦ ପାୱାର ପ୍ରଥମ ଥର ପାଇଁ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ସମଗ୍ର ଦେଶ ଆମକୁ ଦେଖୁଛି। ଆଜିର ବୈଠକ ଏନସିପି ପାଇଁ ଐତିହାସିକ। ବାଟରେ ଆସୁଥିବା ଅନେକ ସମସ୍ୟା ସତ୍ତ୍ୱେ ଆମକୁ ଆଗକୁ ବଢିବାକୁ ପଡିବ। ଭାଷଣ ମାଧ୍ୟମରେ ଭାଜପାକୁ ଟାର୍ଗେଟ କରିଛନ୍ତି ଶରଦ ପାଓ୍ବାର। ସେ କହିଛନ୍ତି, ଆପଣ ଏନସିପିକୁ ଏକ ଦୁର୍ନୀତିଗ୍ରସ୍ତ ଦଳ ବୋଲି କହୁଛନ୍ତି, ତେବେ ଆପଣ ବର୍ତ୍ତମାନ ଏନସିପି ସହ କିପରିି ମେଣ୍ଟ ସରକାର ଗଠନ କରିଛନ୍ତି।
ସେ ଆହୁରି କହିଛନ୍ତି, ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ସହ ଯାହା ଘଟିଛି ତାହା ଆମ ସହ ପୁନରାବୃତ୍ତି ହୋଇଛି। ଆମେ କ୍ଷମତା ପାଇଁ ଭୋକିଲା ନୁହଁ, ଆମେ ରାଜ୍ୟବାସୀଙ୍କ ପାଇଁ କାର୍ଯ୍ୟ କରୁଛୁ।
ଅଜିତଙ୍କୁ ଟାର୍ଗେଟ କରି ଶରଦ କହିଛନ୍ତି, ଯଦି କୌଣସି ଅସୁବିଧା ଥିଲା ତେବେ ଅଜିତ ମୋ ସହ କଥା ହୋଇଥାନ୍ତେ। ଯଦି ତାଙ୍କ ମନରେ କିଛି ଥିଲା, ସେ ମୋ ପାଖକୁ ଆସିଥାନ୍ତେ।

Share