Categories: ଜାତୀୟ

ଚାଷୀଙ୍କ ଆନ୍ଦୋଳନକୁ ଶରଦ ପାୱାରଙ୍କ ସମର୍ଥନ

ମୁମ୍ବାଇ,୨୨।୧: ଚାଷୀଙ୍କ ଆନ୍ଦୋଳନ ସମର୍ଥରେ ମୁମ୍ବାଇରେ ହେବାକୁ ଥିବା ବିକ୍ଷୋଭରେ ଭାଗ ନେବେ ଏନ୍‌ସିପି ସଭାପତି ଶରଦ ପାୱାର। ଏନେଇ ଶୁକ୍ରବାର କୋଲହାପୁରରେ ଖବରଦାତାଙ୍କ ସହ ଆଲୋଚନା ବେଳେ ସେ ପ୍ରକାଶ କରିଛନ୍ତି। କୃଷକମାନେ ତାଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଚାଷୀଙ୍କ ନିମନ୍ତ୍ରଣକୁ ରକ୍ଷା କରି ଆନ୍ଦୋଳନରେ ସାମିଲ ହେବାକୁ ପାୱାର କହିଛନ୍ତି। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ୧୮ ମାସ ସ୍ଥଗିତ ରଖିବା ପ୍ରସ୍ତାବକୁ କୃଷକ ସଂଗଠନ ପ୍ରତ୍ୟାଖାନ କରିଦେଇଛନ୍ତି। ନୂଆ ଆଇନ ରଦ୍ଧ ନ ହେବା ପର୍ଯ୍ୟନ୍ତ ସରକାରଙ୍କ ସହ କୌଣସି ଆଲୋଚନା ସମ୍ଭବ ନୁହେଁ।

Share