Categories: ଜାତୀୟ

ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାଓ୍ବାରଙ୍କ ପତ୍ନୀ ପ୍ରତିଭା ପାଓ୍ବାର

ମୁମ୍ବାଇ,୧୪।୭: ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ପତ୍ନୀ ପ୍ରତିଭା ପାଓ୍ବାର ଶୁକ୍ରବାର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେଠାରେ ତାଙ୍କର ସର୍ଜରି ହେବ ବୋଲି ଜଣାପଡିଛି। ଇତିମଧ୍ୟରେ ଶରଦ ପାଓ୍ବାର ହସ୍ପିଟାଲରେ ପହଞ୍ଚି ସାରିଛନ୍ତି। ଏନସିପି ପକ୍ଷରୁ ଏକ ବୟାନରେଏହି ସୂଚନା ଦିଆଯାଇଛି। ୧୯୬୭ରେ ଶରଦ ପାଓ୍ବାର ଓ ପ୍ରତିଭା ପାଓ୍ବାରଙ୍କ ବିବାହ ହୋଇଥିଲା। ସୁପ୍ରିୟା ସୁଲେ ଏମାନଙ୍କ ଝିଅ ହୋଇଥିବା ବେଳେ ଏବେ ସେ ବାରାମତିରୁ ଲୋକ ସଭା ଏମପି ରହିଛନ୍ତି।

Share