ନୂଆଦିଲ୍ଲୀ,୧୧।୯: ୨୦୨୪ ଲୋକ ସଭା ନିର୍ବାଚନରେ ଏନସିପି ସୁପ୍ରିମୋ ଶରଦ ପାଓ୍ବାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନୁହଁନ୍ତି ବୋଲି ଏନସିପି ଏମ୍ପି ପ୍ରଫୁଲ୍ଲ ପଟେଲ ରବିବାର ସ୍ପଷ୍ଟ କରିଛନ୍ତି। ଦିଲ୍ଲୀର ଟକାଟୋରା ଷ୍ଟାଡିୟମରେ ଏନସିପିର ଅଷ୍ଟମ ଜାତୀୟ ସମ୍ମିଳନୀରେ ପ୍ରଫୁଲ୍ଲ କହିଛନ୍ତି, ଶରଦ ପାଓ୍ବାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନୁହଁନ୍ତି ଏବଂ କେବେ ମଧ୍ୟ ହେବେ ନାହିଁ। ସେ ଆଦୌ ବିରୋଧୀଙ୍କ ଚେହେରା ନୁହଁନ୍ତି। ଦେଶର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏନସିପି ଏକ ବଡ ଭୂମିକା ଗ୍ରହଣ କରିବାକୁ ପଡିବ। ଏଥିରେ ଶରଦ ପାଓ୍ବାର ଏକ ଦାୟିତ୍ୱ ନିର୍ବାହ କରିବେ।
ଦିଲ୍ଲୀରେ ଚାଲିଥିବା ଏନସିପି କାର୍ଯ୍ୟ କମିଟି ବୈଠକରେ ଶରଦ ପାୱାର ଦଳର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି।