Categories: ଜାତୀୟ

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି। ରାଷ୍ଟ୍ରବାଦୀ କଂଗ୍ରେସ ଦଳର ଉଭୟ ଦଳକୁ ସମାନ ବ୍ୟବହାର କରିବାକୁ ତଥା ତାଙ୍କ ଦଳ ପରି ଅଜିତ ପାୱାରଙ୍କ ନେତୃତ୍ୱରେ ପ୍ରତିଦ୍ୱନ୍ଦ୍ୱୀ ଦଳକୁ ଏକ ନୂତନ ନିର୍ବାଚନ ସଙ୍କେତ ଦେବାକୁ ଏନସିପି (ଏସପି) ନେତା ସୁପ୍ରିୟା ସୁଲେ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି।
ବାରାମତି ଏମପି ତଥା ଲୋକ ସଭା ସଦସ୍ୟ ସୁପ୍ରିୟା ସୁଲେ, ଗଣମାଧ୍ୟମକୁ କହିଛନ୍ତି ଯେ ଏନସିପି (ଶରଦଚନ୍ଦ୍ର ପାୱାର) ସୁପ୍ରିମକୋର୍ଟଙ୍କ ଠାରୁ ପ୍ରାକୃତିକ ନ୍ୟାୟ ଦାବି କରିଛନ୍ତି। ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏନସିପି (ଶରଦଚନ୍ଦ୍ର ପାୱାର) ଏହି ପଦକ୍ଷେପ ନେଇଛନ୍ତି।
ସୂଚନାଯୋଗ୍ୟ, ଅଜିତ ପାୱାର ଜୁଲାଇ ୨୦୨୩ରେ ଅନ୍ୟାନ୍ୟ ବିଧାୟକଙ୍କ ସହ ଶିବସେନା-ଭାଜପା ସରକାରରେ ଯୋଗ ଦେଇଥିଲେ, ଏହି କାରଣରୁ ତାଙ୍କ ମାମୁଁ ଶରଦ ପାୱାରଙ୍କ ଏନସିପି ଦୁଇଟି ଦଳରେ ବିଭକ୍ତ ହୋଇଥିଲା। ଶରଦ ପାୱାରଙ୍କ ଦ୍ୱାରା ପ୍ରତିଷ୍ଠିତ ଏନସିପି ବିଭାଜନ ପୂର୍ବରୁ ନିର୍ବାଚନ ପ୍ରତୀକ ଥିଲା ’ଘଣ୍ଟା’। ନିର୍ବାଚନ ଆୟୋଗ ଚଳିତ ବର୍ଷ ଫେବୃଆରୀରେ ଅଜିତ ପାୱାର ନେତୃତ୍ୱାଧୀନ ଗୋଷ୍ଠୀକୁ ଏନସିପି ନାମ ଏବଂ ‘ଘଣ୍ଟା’ ଚିହ୍ନ ବଣ୍ଟନ କରିଛନ୍ତି।

Share