Categories: ଜାତୀୟ

ପୁଣି ଫେରିଲେ ଶରଦ

ମୁମ୍ବାଇ, ୫।୫: ଏନସିପିର ରାଷ୍ଟ୍ରିୟ ଅଧ୍ୟକ୍ଷ ଶରଦ ପାୱାର ତାଙ୍କ ଇସ୍ତଫା ପତ୍ରକୁ ପ୍ରତ୍ୟାହାର କରିଛନ୍ତି। ଶୁକ୍ରବାର ସେ ସାମ୍ବାଦିକ ସମ୍ମିଳନୀରେ କରିଛନ୍ତି, ମୁଁ କାହାର ଭାବନାକୁ ଅପମାନିତ କରିପାରିବି ନାହିଁ। ମୁଁ ଭାବପ୍ରବଣ ହୋଇପଡିଛି ଏବଂ ମୋର ନିଷ୍ପତ୍ତକୁ ଫେରାଇ ନେଉଛି। ପାୱାର କହିଛନ୍ତି ଯେ, ମେ ୨ ରେ ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲି। ଅନେକ ବର୍ଷର ସେବା ପରେ ମୋତେ ଅବସର ନେବାକୁ ପଡିବ ବୋଲି ଭାବି ନେଇଥିଲି।
ପାୱାର କହିଛନ୍ତି ଯେ, ମୋର ଇସ୍ତଫା ପରେ ଏନସିପିର କାର୍ଯ୍ୟକର୍ତ୍ତାମାନେ ଦୁଖ ପ୍ରକାଶ କରିଥିଲେ। ମୋର ଶୁଭେଚ୍ଛୁ ଏବଂ ଦଳୀୟକର୍ମୀମାନେ ଏହି ନିଷ୍ପତ୍ତିର ପୁର୍ନବିଚାର କରିବାକୁ ଅନୁରୋଧ କରିଥିଲେ। ସେମାନେ ଇସ୍ତଫା ପତ୍ର ଫେରାଇନେବାକୁ କହିଥିଲେ। ମୁଁ ତାଙ୍କ ଭାବନାକୁ ଅସମ୍ମାନ କରିପାରିଲି ନାହିଁ।

Share