ମୁମ୍ବାଇ, ୨୩।୯: ରାଜ୍ୟ ସଭାରେ ରବିବାର କୃଷି ବିଲ୍ ଗୃହୀତ ସମୟରେ ହଟ୍ଟଗୋଳ କରିଥିବା ୮ଜଣ ଏମ୍ପିଙ୍କୁ ଚଳିତ ଅଧିବେଶନରୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା ଏମ୍ପିଙ୍କ ସମର୍ଥନରେ ପ୍ରାୟ ଅଧିକାଂଶ ବିରୋଧୀ ଦଳ ଏକାଠି ହୋଇ ସଂସଦ ବାହାରେ ୨ଦିନ ହେଲା ଧାରଣା ଦେଇଛନ୍ତି। ଏଭଳି ସ୍ଥିତିରେ ଏନ୍ସିପି ମୁଖ୍ୟ ଶରଦ ପାୱାର ମଧ୍ୟ ନିଲମ୍ବିତ ଏମ୍ପିଙ୍କୁ ସମର୍ଥନ ଜଣାଇଛନ୍ତି। ଏମ୍ପିଙ୍କ ନିଲମ୍ବନ ଆଦେଶ ବିରୋଧରେ ଶରଦ ଗୋଟିଏ ଦିନ ଉପବାସ କରିବେ ବୋଲି ଟୁଇଟ କରି ସୂଚନା ଦେଇଛନ୍ତି।