Categories: ଜାତୀୟ

ଶରଦ ଯାଦବଙ୍କ ପରଲୋକ

ନୂଆଦିଲ୍ଲୀ,୧୩ ।୧: ବରିଷ୍ଠ ସମାଜବାଦୀ ନେତା ଶରଦ ଯାଦବଙ୍କର ୭୫ ବର୍ଷ ବୟସରେ ଗୁରୁାବାର ପରଲୋକ ହୋଇଛି । ତାଙ୍କ ଝିଅ ସୁଭାଷିନି ଯାଦବ ଟୁଇଟ କରି ଏହି ସୂଚନା ଦେଇଛନ୍ତି ।ଶରଦ ଯାଦବ ୪ ଥର ବିହାରର ମାଧେପୁର ଆସନରୁ ଏମପି ଭାବେ ନିର୍ବାଚିତ ହୋଇଥିଲେ । ସେ ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ଅଧ୍ୟକ୍ଷ ସହ କେନ୍ଦ ମନ୍ତ୍ରୀ ଭାବେ ବି କାମ କରିଛନ୍ତି ।
ଆରଜେଡି ନେତା ଶରଦ ଯାଦବଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ସମେତ ଅନେକ ରାଜନେତା ଦୁଃଖ ପ୍ରକାଶ କରିବା ସହ ଏହା ରାଜନୈତିକ ଜଗତ ପାଇଁ ବଡ କ୍ଷତି ବୋଲି କହିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତିରେ ଶରଦ ଯାଦବ ତାଙ୍କ ଛତରପୁର ଘରେ ବେହୋସ ହୋଇଯାଇଥିଲେ । ଏହାପରେ ତାଙ୍କୁ ଗୁରୁଗ୍ରାମର ଫୋର୍ଟିସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । କିଛିଦିନ ହେବ ସେ କିଡନୀ ରୋଗରେ ପୀଡିତ ଥିବା ବେଳେ ତାଙ୍କର ରୁଟିନ ଡାଏଲିସିସ ଚାଲିଥିଲା । ରାତି ପ୍ରାୟ ୧୦ଟା ୧୯ରେ ତାଙ୍କର ପରଲୋକ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ।

Share