Posted inଜାତୀୟ

‘ଶରଦ ଭାଇ…ଏମିତି ବିଦାୟ ନେବାର ନ ଥିଲା’ ଭାବୁକ କଲା ଲାଲୁଙ୍କ ଟୁଇଟ ଭିଡିଓ

ନୂଆଦିଲ୍ଲୀ,୧୩ ।୧: ବରିଷ୍ଠ ସମାଜବାଦୀ ନେତା ଶରଦ ଯାଦବଙ୍କର ଗୁରୁବାର ରାତିରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ୭୫ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ପରଲୋକ ଖବର ଝିଅ ସୁଭାଷିନି ଟୁଇଟ କରି ଜଣାଇଥିଲେ । ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବଙ୍କ ପରଲୋକ ଖବର ମିଳିବା ପରେ ବିହାରରେ ଶୋକର ଛାୟା ଖେଳି ଯାଇଛି । ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ଯେଉଁଥିରେ ସେ ଭାବୁକ ଦେଖାଯାଉଛନ୍ତି ।
ଆରଜେଡି ସୁପ୍ରିମୋ ଟୁଇଟରେ ଲେଖିଛନ୍ତି, ଏବେ ସିଙ୍ଗାପୁରରେ ରାତିରେ ଶରଦ ଯାଦବ ଭାଇଙ୍କ ମୃତ୍ୟୁ ଖବର ମିଳିଲା । ଖୁବ ଏକେଲା ବୋଧ କରୁଛି । ଆସିବା ପୂର୍ବରୁ ଆମେ ଭେଟ ହୋଇଥିଲୁ ଆଉ କେତେକଣ ଯୋଜନା କରିଥିଲୁ ସମାଜବାଦୀ ଓ ସାମାଜିକ ନ୍ୟାୟର ଧାରାର ସନ୍ଦର୍ଭରେ । ଶରଦ ଭାଇ ଏମିତି ବିଦାୟ ନେବାର ନ ଥିଲା, ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ଲାଲୁ କହିଛନ୍ତି ବଡ ଭାଇ ଶରଦ ଯାଦବଙ୍କ ମୃତ୍ୟୁ ଖବର ମୋତେ ବିଚଳିତ କରିଛି । ମୁଁ ଖୁବ ଦୁଃଖିତ ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ମକର ସଂକ୍ରାନ୍ତି ପାଇଁ ସ୍କୁଲ-କଲେଜ ଛୁଟି

ହାଇଦ୍ରାବାଦ,୮।୧: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ମକର ସଂକ୍ରାନ୍ତି ପାଇଁ ସ୍କୁଲ କଲେଜ ଛୁଟି। କଲେଜ ଓ ସ୍କୁଲ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଛୁଟି...

ଆତଙ୍କ ଖେଳାଇଲା HMPV, ଜାଣନ୍ତୁ କେଉଁ କେଉଁ ରାଜ୍ୟରେ ବ୍ୟାପିଲା

ନୂଆଦିଲ୍ଲୀ,୮।୧: ଚାଇନା ପରେ ହ୍ୟୁମାନ ମେଟାନ୍ୟୁମୋଭାଇରସ (HMPV) ବର୍ତ୍ତମାନ ଭାରତରେ ପଶିଛି। ଯାହାକୁ ନେଇ ସାରା ଦେଶରେ ଏବେ ଆତଙ୍କ ଖେଳିଯାଇଛି। କର୍ନାଟକ, ତାମିଲନାଡୁ ପରେ...

ଗଡକରୀଙ୍କ ବଡ଼ ଘୋଷଣା, ସଡକ ଦୁର୍ଘଟଣାରେ ଆହତଙ୍କୁ ମିଳିବ ୧.୫ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ,୮।୧: ଦେଶର ସମସ୍ତ ନାଗରିକ ବହୁତ ଶୀଘ୍ର ମାଗଣା ସ୍ବାସ୍ଥ୍ୟ ବୀମା ଭେଟି ପାଇବାକୁ ଯାଉଛନ୍ତି। କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ...

ବାଂଲାଦେଶର ସବୁ ଚାଲ୍‌ ଫେଲ୍‌, ହାସିନାଙ୍କୁ ନେଇ ବଡ଼ ନିଷ୍ପତ୍ତି ନେଲା ଭାରତ

ଢାକା,୮।୧: ଭାରତ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଭିସା ବୃଦ୍ଧି କରିଛି। ସେ ଅଗଷ୍ଟ ୨୦୨୩ରୁ ଭାରତରେ ରହୁଛନ୍ତି। ଏହି ନିଷ୍ପତ୍ତି ଏପରି ସମୟରେ...

ଭି ନାରାୟଣନ ଇସ୍ରୋର ନୂଆ ଅଧ୍ୟକ୍ଷ: ସୋମନାଥଙ୍କ ସ୍ଥାନ ନେବେ

ନୂଆଦିଳ୍ଲୀ,୮।୧: କେନ୍ଦ୍ର ସରକାର ଭି ନାରାୟଣନଙ୍କୁ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ନୂତନ ଚେୟାରମ୍ୟାନ ତଥା ମହାକାଶ ବିଭାଗର ସଚିବ ଭାବରେ ନିଯୁକ୍ତ କରିଛନ୍ତି।...

କୋଇଲା ଖଣିରେ ବନ୍ୟାପାଣି: ୩ ମୃତ

ଗୁଆହାଟୀ,୮।୧: ଆସାମର ଦିମା ହସାଓ ଜିଲା ଉମ୍ରାଙ୍ଗସା ଅଞ୍ଚଳରେ ଥିବା କୋଇଲା ଖଣିରେ ସୋମବାର ଅଚାନକ ବନ୍ୟାପାଣି ପଶିଯିବାରୁ ଏହା ଭିତରେ ଥିତ୍ବା ଶ୍ରମିକମାନେ ବାହାରି...

ଆଶାରାମଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ, ୮।୧: ବିବାଦୀୟ ଆଧ୍ୟାତ୍ମିକ ଗୁରୁ ଆଶାରାମ ବାପୁ(୮୬)ଙ୍କୁ ମଙ୍ଗଳବାର ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଆଶାରାମଙ୍କ ବୟସ ଓ ତାଙ୍କ ସ୍ବାସ୍ଥ୍ୟଜନିତ ସମସ୍ୟାକୁ...

ଖସିପାରେ ଦେଶର ଅଭିବୃଦ୍ଧି: ଜିଡିପି ୪ ବର୍ଷର ସର୍ବନିମ୍ନ ସ୍ତର ୬.୪% ଛୁଇଁବା ଅନୁମାନ

ନୂଆଦିଲ୍ଲୀ, ୮ା୧:ଆସନ୍ତା ମାର୍ଚ୍ଚ ୩୧ରେ ଶେଷ ହେବାକୁ ଥିବା ୨୦୨୪-୨୫ ଆର୍ଥିକବର୍ଷରେ ଭାରତର ଅଭିବୃଦ୍ଧି ୬.୪ ପ୍ରତିଶତକୁ ଖସିପାରେ, ଯାହାକି କୋଭିଡ୍‌-୧୯ ପରେ ସର୍ବନିମ୍ନ ସ୍ତର।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri