Advertisement

ମା’ଙ୍କୁ ରୁପାଖଣ୍ଡା ଦାନକଲେ

ବରଗଡ଼,୨୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌର ପରିଷଦ ୱାର୍ଡ ନଂ-୧ ନିଗମାନନ୍ଦ ବିହାରଠାରେ ଶାରଦୀୟ ଦୁର୍ଗାପୂଜା ପାଇଁ ଶୁକ୍ରବାର ବିଲ୍ବବରଣ ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ନିଗମାନନ୍ଦ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତରଣୀସେନ ଦେବତା କର୍ତ୍ତା ଦାୟିତ୍ୱ ସମ୍ପାଦନ କରିଥିଲେ। ଏହି ଅବସରରେ ଭକ୍ତ ପ୍ରମୋଦ କୁମାର ସାହୁ ମା’ଙ୍କ ପାଇଁ ଏକ ରୂପା ନିର୍ମିତ ଖଣ୍ଡା ପୂଜା କମିଟି ଜରିଆରେ ଦାନ କରିଥିଲେ। ସନ୍ଧ୍ୟାରେ ପଦବାସୀଙ୍କ ଦାରା କଳସ ଯାତ୍ରା କରାଯାଇ ମଣ୍ଡପରେ ଅଧିବାସ ହୋଇଥିଲା । କାର୍ଯ୍ୟକ୍ରମରେ ସଭାପତି ସଦାଶିବ ସାହୁ, ସମ୍ପାଦକ ନବୀନ ସାବତ, ଉନ୍ନୟନ କମିଟି ସମ୍ପାଦକ ଟିକେଲାଲ ନାଏକ, ଅର୍ଜୁନ ସେଟ, ଗୋବିନ୍ଦ ମିଶ୍ର, ଜଗବନ୍ଧୁ ନାଏକ, ଅର୍ଜୁନ ମହାପାତ୍ର, ନୀଳକଣ୍ଠ ସାହୁ, ଉତ୍ତମ ଆଚାର୍ଯ୍ୟ, ଚନ୍ଦ୍ରମଣି ଦାସ, ହେମନ୍ତ ପ୍ରଧାନ, ଧର୍ମେନ୍ଦ୍ର ପତି, ଦିନେଶ ବିଶ୍ୱକର୍ମା, ବାବାଜୀ ବାରିକ, ସୁରେଶ ବାରିକ, ବାଙ୍କା ବିହାରୀ ସାହୁ, ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share