Categories: ଜାତୀୟ

ଅଜିତ ପାଓ୍ବାରଙ୍କ ଗୋଷ୍ଠୀର ନେତାଙ୍କୁ ଆଲିଙ୍ଗନ କଲେ ଶରଦଙ୍କ ବିଶ୍ୱସ୍ତ ଜୟନ୍ତ ପାଟିଲ: ଚର୍ଚ୍ଚା ଆରମ୍ଭ

ମୁମ୍ବାଇ,୨୫।୭: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ର ଦୁଇ ଗୋଷ୍ଠୀ ନେତାଙ୍କ ମଧ୍ୟରେ ସାକ୍ଷାତକୁ ନେଇ ଏବେ ଚର୍ଚ୍ଚା ହେଉଛି। ବିଧାନ ଭବନରେ ଶରଦ ପାୱାର ଦଳର ନେତା ଜୟନ୍ତ ପାଟିଲ ଏବଂ ଅଜିତ ପାୱାର ଦଳର ନେତା ସୁନୀଲ ତାଟକରଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି। ଏହାର ଫଟୋ ମଧ୍ୟ ଭାଇରାଲ ହୋଇଛି। କିଛି ମିନିଟ ମଧ୍ୟରେ ଉଭୟଙ୍କ ମଧ୍ୟରେ ଆନ୍ତରିକ କଥାବାର୍ତ୍ତା ହୋଇଥିଲା। ଏବେ ଚର୍ଚ୍ଚା ହେଉଛି କି, ଖୁବ୍‌ଶୀଘ୍ର ଅଜିତଙ୍କ ଗୋଷ୍ଠୀରେ ଜୟନ୍ତ ଯୋଗ ଦେଇପାରନ୍ତି।
ଜୁଲାଇ ୨ରେ ଅଜିତ ପାୱାର ଏବଂ ଛଗନ ଭୁଜବଳ, ହାସନ ମୁଶ୍ରିଫ ଏବଂ ଦିଲୀପ ୱାଲ୍ସ ପାଟିଲଙ୍କ ସମେତ ଆଠ ଜଣ ବିଧାୟକ ଏକନାଥ ଶିନ୍ଦେ ସରକାରରେ ଯୋଗ ଦେଇଥିଲେ, ଯାହା ପରେ ଦଳକୁ ବିଭାଜନର ସମ୍ମୁଖୀନ ହେବାକୁ ପଡିଥିଲା। ରାୟଗଡରୁ ଲୋକ ସଭା ସଦସ୍ୟ ସୁନୀଲ ତାଟକର ଏବଂ ରାଜ୍ୟ ସଭା ଏମ୍‌ପି ପ୍ରଫୁଲ୍ଲ ପଟେଲ ଅଜିତ ପାୱାରଙ୍କ ସପକ୍ଷରେ ଯିବାକୁ ପସନ୍ଦ କରିଥିବାବେଳେ ଅବିଭକ୍ତ ସଂଗଠନର ରାଜ୍ୟ ୟୁନିଟ ମୁଖ୍ୟ ଜୟନ୍ତ ପାଟିଲ ଦଳର ପ୍ରତିଷ୍ଠାତା ଶରଦ ପାୱାରଙ୍କ ସପକ୍ଷରେ ଯିବାକୁ ବାଛିଥିଲେ।

Share