Categories: ବାଣିଜ୍ୟ

ଶରତ ଏୟାରଟେଲ୍‌ ବିଜ୍‌ନେସ୍‌ର ସିଇଓ

ଭୁବନେଶ୍ୱର, ୩୧।୫: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ ସେବା ପ୍ରଦାନକାରୀ କମ୍ପାନୀ ଭାରତୀ ଏୟାରଟେଲ୍‌(ବିଏ)ର ସୂଚନା ଅନୁଯାୟୀ ଶରତ ସିହ୍ନାଙ୍କୁ ଏୟାରଟେଲ ବିଜ୍‌ନେସ୍‌ ସିଇଓ ଭାବେ ନିଯୁକ୍ତି ଦିଆଯାଇଛି। ଏପରିକି ଏୟାରଟେଲ ମ୍ୟାନେଜମେଣ୍ଟର ନିଷ୍ପତ୍ତି ଅନୁସାରେ ୨୦୨୪ ଜୁନ୍‌ ୩ ଠାରୁ ସେ ବୋର୍ଡରେ ଯୋଗଦେବା ସହ ଗୋପାଲ ଭିଟଲଙ୍କୁ ରିର୍ପୋଟ କରିବେ ବୋଲି ଏୟାରଟେଲ ମ୍ୟାନେଜମେଣ୍ଟ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।

ଏ ସମ୍ପର୍କରେ ଏୟାରଟେଲ୍‌ର ଏମ୍‌ଡି ତଥା ସିଇଓ ଗୋପାଲ ଭିଟଲ କହିଛନ୍ତି, ଆମେ ଆମ ପରିବାର ମଧ୍ୟକୁ ଶରତଙ୍କୁ ସ୍ବାଗତ କରୁଛୁ। ଏପରିକି ସେ ଆମର ଆଭିମୁଖ୍ୟ ଓ ବ୍ୟବସାୟରେ ବ୍ୟାପକ ସହଯୋଗ କରିବେ ବୋଲି ଆଶା କରାଯାଉଛି। ସେହିଭଳି ଶରତ କହିଥିଲେ, ସେ ଏୟାରଟେଲ୍‌ ଗ୍ରୁପ୍‌ ସହ ଜଡ଼ିତ ହୋଇ ବେଶ୍‌ ଖୁସି ଅଛନ୍ତି ।

Share