ଶରତଙ୍କୁ ‘ପ୍ରଜାପତି ବାଲେଶ୍ୱର ସାହିତ୍ୟ ସମ୍ମାନ’, ଅଶ୍ୱିନୀଙ୍କୁ ‘ପ୍ରଜାପତି ନବ ପ୍ରତିଭା ସମ୍ମାନ’

ବାଲେଶ୍ୱର ଅଫିସ,୨୫।୨: ବାଲେଶ୍ୱରର ଶିକ୍ଷା ଓ ଜ୍ଞାନର ଦିବ୍ୟ ଦୃଷ୍ଟି ‘ପ୍ରଜାପତି’ ଅନୁଷ୍ଠାନ ପକ୍ଷରୁ ଚଳିତବର୍ଷ କବି ଡ. ଶରତ ମହାନ୍ତିଙ୍କୁ ‘ପ୍ରଜାପତି ବାଲେଶ୍ୱର ସାହିତ୍ୟ ସମ୍ମାନ’ ଓ ଗାଳ୍ପିକ ଅଶ୍ୱିନୀ କୁମାର ମହାନ୍ତିଙ୍କୁ ‘ପ୍ରଜାପତି ନବ ପ୍ରତିଭା ସମ୍ମାନ’ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।
କବି ଡ. ମହାନ୍ତିଙ୍କର ୭୦ରୁ ଅଧିକ ଗବେଷଣାତ୍ମକ ପ୍ରବନ୍ଧ ୫ଟି ସମୀକ୍ଷା ଗ୍ରନ୍ଥ ଓ ଅନେକ ଗବେଷଣା ପୁସ୍ତକ ପ୍ରକାଶିତ। ତାଙ୍କର ପ୍ରକାଶିତ କବିତା ପୁସ୍ତକ ‘ଆସଯିବା’, ‘ନିଜ ନିଜ ଲୋକ’, ‘ଅନାହତ ସ୍ପନ୍ଦନ’ ଓ ‘ଛାଇ ସହ କଥା’ ବେଶ ଚର୍ଚ୍ଚିତ ଓ ପାଠକପ୍ରିୟ। ସେହିପରି ଗାଳ୍ପିକ ଅଶ୍ୱିନୀ ମହାନ୍ତିଙ୍କର ବହୁ ଏକାକିକା ଓ ଭ୍ରମଣ କାହାଣୀ ପ୍ରକାଶିତ ହୋଇଛି। ଏହି ଦୁଇ ସଫଳ ସ୍ରଷ୍ଟାଙ୍କୁ ଆସନ୍ତା ଏପ୍ରିଲ ମାସରେ ଆୟୋଜିତ ହେବାକୁ ଥିବା ପାଠକ ସମାବେଶରେ ଉକ୍ତ ସମ୍ମାନ ପ୍ରଦାନ କରାଯିବ ବୋଲି ‘ପ୍ରଜାପତି’ର ପ୍ରତିଷ୍ଠାତା କବି ପ୍ରଶାନ୍ତ ଦାସ ଗୁରୁବାର ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି।