ଦୁବାଇ,୧୬।୧୦: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ୨୦ ରନ୍ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ହରାଇ ଦେଇ ଚତୁର୍ଥ ଆଇପିଏଲ ଟ୍ରଫି ହାତେଇଛି। ଫାଇନାଲରେ ଏକଦା କୋଲକାତା ଆଗରେ ଚାଲିଥିବା ବେଳେ ଶାର୍ଦ୍ଦୁଳ ଠାକୁର ଡବଲ ଝଟ୍କା ଦେଇ ମ୍ୟାଚ୍ ବଦଳି ଦେଇଥିଲେ। ଗୋଟିଏ ଓଭରରେ ସେ ଇନଫର୍ମ ଭେଙ୍କଟେଶ ଆୟର (୫୦) ଓ ନୀତିଶ ରାଣାଙ୍କ ଉଇକେଟ ନେଇ ଚେନ୍ନାଇକୁ ଫେରାଇ ଆଣିଥିଲେ। କିନ୍ତୁ ୧୯ତମ ଓଭରରେ ଶାର୍ଦ୍ଦୁଳ ଗୋଟିଏ ଓଭରରେ ୧୧ ବଲ ପକାଇଥିଲେ। ଏଥିରେ ଥିଲା ୪ ଓ୍ବାଇଡ୍, ଗୋଟିଏ ନୋ ବଲ। ମୋଟ ୧୭ ରନ୍ ଖର୍ଚ୍ଚ କରିଥିଲେ ଶାର୍ଦ୍ଦୁଳ। ଏଥିଲାଗି ତାଙ୍କୁ କ୍ୟାପଟେନ କୁଲ ଭାବେ ଜଣାଶୁଣା ମନ୍ଦ୍ରେ ସିଂ ଧୋନୀଙ୍କ ଠାରୁ ଗାଳି ଶୁଣିବାକୁ ମିଳିଥିଲା।