Advertisement
Categories: ଖେଳ

ମହସିନଙ୍କ ସ୍ଥାନରେ ଶାର୍ଦ୍ଦୂଳ

ନୂଆଦିଲ୍ଲୀ,୨୧ା୩: ଗତ ବର୍ଷ ନଭେମ୍ବରରେ ଅନୁଷ୍ଠିତ ମେଗା ଅକ୍ସନରେ ଅନସୋଲ୍ଡ ରହିଥିବା ଅଲରାଉଣ୍ଡର ଶାର୍ଦ୍ଦୂଳ ଠାକୁର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)ରେ ଯୋଗଦେବାକୁ ଯାଉଛନ୍ତି। ଠାକୁର ୨୦୨୫ ସିଜନ ଲାଗି ପ୍ରସ୍ତୁତି ଆରମ୍ଭ ହେବା ବେଳଠାରୁ ଏହି ଦଳ ସହ ଅଛନ୍ତି ଏବଂ ସେ ଆହତ ସମସ୍ୟା ଦେଇ ଗତି କରୁଥିବା ମହସିନ ଖାନଙ୍କ ବଦଳ ଖେଳାଳି ଭାବେ ରିଷଭ ପନ୍ତଙ୍କ ନେତୃତ୍ୱାଧୀନ ଦଳରେ ଯୋଗଦେବେ।

ତେବେ ଏ ନେଇ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ। କିନ୍ତୁ ଠାକୁରଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି ଏବଂ ସେ ଦଳ ସହ ବିଶାଖାପାଟଣା ଟ୍ରାଭେଲ କରିବେ। ସେଠାରେ ଦଳ ତା’ର ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)କୁ ଭେଟିବ। ଲିଗାମେଣ୍ଟ ସମସ୍ୟା ଯୋଗୁ ମହସିନ ଗତ ୩ ମାସରେ କୌଣସି କ୍ରିକେଟ ଖେଳିପାରି ନ ଥିଲେ।

ଏହାପରେ ଏଲ୍‌ଏସ୍‌ଜି ନେଟ୍ସରେ ବୋଲିଂ କରିବା ପରେ ତାଙ୍କ ପେଣ୍ଡାରେ ଆଘାତ ଲାଗିଥିଲା। ଏଲ୍‌ଏସ୍‌ଜି ଦଳର ପ୍ରାୟତଃ ଭାରତୀୟ ପେସର ଆହତ ସମସ୍ୟାରୁ ରିକଭର କରୁଥିବାରୁ ଟିମ ମ୍ୟାନେଜମେଣ୍ଟକୁ ବାଧ୍ୟ ହୋଇ ବଦଳ ଖେଳାଳିଙ୍କୁ ଦଳରେ ସାମିଲ କରିବାକୁ ପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel