Categories: ଖେଳ

ପ୍ରେମିକାଙ୍କୁ ମୁଦି ପିନ୍ଧାଇଲେ ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଶାର୍ଦ୍ଦୁଲ ଠାକୁର ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ମିତାଲି ପାରୁଲକରଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି। ମୁମ୍ବାଇ କ୍ରିକେଟ ଆସୋସିଏସନରେ ଶାର୍ଦ୍ଦୁଲ ଏବଂ ପାରୁଲକରଙ୍କ ନିର୍ବନ୍ଧ ଉତ୍ସବ ଆୟୋଜିତ ହୋଇଥିଲା। ଉଭୟ ଆସନ୍ତା ବର୍ଷ ବିବାହ କରିବେ। ଦୁହେଁ ଦୀର୍ଘ ଦିନ ହେବ ପରସ୍ପରକୁ ଡେଟ୍‌ କରୁଛନ୍ତି।
ଶାର୍ଦ୍ଦୁଲ ଠାକୁର ଏବଂ ମିତାଲି ପାରୁଲକରଙ୍କ ନିର୍ବନ୍ଧ ଉତ୍ସବରେ ୭୫ ଜଣଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏଥିରେ ସେମାନଙ୍କର ଘନିଷ୍ଠ ବନ୍ଧୁ ଏବଂ ଉଭୟ ପରିବାର ସଦସ୍ୟ ମଧ୍ୟ ସାମିଲ ହୋଇଥିଲେ। ନିର୍ବନ୍ଧ ପରେ ଶାର୍ଦ୍ଦୁଲ ମିତାଲିଙ୍କ ସହ ଡ୍ୟାନ୍ସ କରିଥିଲେ। ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ଉଭୟ ନାଚୁଥିବା ଦେଖାଯାଉଛି। ଶାର୍ଦ୍ଦୁଲ ଏବଂ ମିତାଲି ଆସନ୍ତା ବର୍ଷ ଟି -୨୦ ବିଶ୍ୱକପ ପରେ ବିବାହ କରିବେ। ଶାର୍ଦ୍ଦୁଲ ଠାକୁର ଶେଷ ଥର ପାଇଁ ଟି -୨୦ ବିଶ୍ୱକପ ୨୦୨୧ରେ ଭାରତ ପାଇଁ ଖେଳିଥିଲେ। ଏହି ସମୟରେ ସେ ଦୁଇଟି ମ୍ୟାଚ୍‌ରେ ଟିମ ଇଣ୍ଡିଆର ପ୍ରତିନିଧିତ୍ୱ କରିଥିଲେ ଏବଂ ଗୋଟିଏ ଉଇକେଟ ନେଇପାରି ନ ଥିଲେ।

Share