ଜୋହାନ୍ସବର୍ଗ,୪।୧: ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଚାଲିଥିବା ନ୍ୟୁ ଇୟର ଟେଷ୍ଟ ମ୍ୟାଚ୍ର ପ୍ରଥମ ଇନିଂସରେ ୬୧ ରନ୍ ବ୍ୟୟ କରି ୭ ଉଇକେଟ ହାସଲ କରିଛନ୍ତି। ଟେଷ୍ଟ କ୍ରିକେଟ ଇତିହାସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ବୋଲରଙ୍କ ପାଇଁ ଏହା ଶ୍ରେଷ୍ଠ ପ୍ରଦର୍ଶନ। ଶାର୍ଦ୍ଦୁଳ ସାଥି ଖେଳାଳି ରବିଚନ୍ଦ୍ରନ ଅଶ୍ୱିନଙ୍କ ରେକର୍ଡ ଭଙ୍ଗ କରିଛନ୍ତି। ଭେଟେରାନ ଅଫ୍ ସ୍ପିନର ୨୦୧୫ରେ ନାଗପୁର ଟେଷ୍ଟରେ ୬୬ ରନ୍ ଦେଇ ୭ ଉଇକେଟ ନେଇଥିଲେ।
କୌତୁହଳର କଥା ଯେ, ପ୍ରୋଟିଜ ଦଳ ବିପକ୍ଷରେ ସର୍ବଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଥିବା ଅନ୍ୟ ଟପ୍-୩ ବୋଲରଙ୍କ ତାଲିକାରେ କେବଳ ସ୍ପିନର ଅଛନ୍ତି। ହରଭଜନ ସିଂଙ୍କ ନାମରେ ୨ଥର ୭ ଉଇକେଟ ସଫଳତା ରହିଥିବା ବେଳେ ଅଶ୍ୱିନ ୨୦୧୯ ଭାଇଜାଗ ଟେଷ୍ଟରେ ସମାନ ସଂଖ୍ୟକ ଉଇକେଟ ହାସଲ କରିଥିଲେ।