ସୋସିଆଲ ମିଡିଆରେ ଲାଟେଷ୍ଟ ଫଟୋ ଶେୟାର କରି କ୍ରିତି କହିଲେ…

ମୁମ୍ବାଇ: ଅଭିନେତ୍ରୀ କ୍ରିତି ସାନନ ଇନ୍‌ଷ୍ଟାଗ୍ରାମରେ ତାଙ୍କର ଲାଟେଷ୍ଟ ଫଟୋ ଶେୟାର କରିଛନ୍ତି। ଏଥିରେ ସେ ଚକୋଲେଟ କଲରର ଶାଢ଼ିି ପିନ୍ଧି ବୋଲ୍ଡ ପୋଜ ଦେଉଥିବାର ନଜର ଆସିଛନ୍ତି। ଏହା ବ୍ୟତୀତ ସେ ସୁନ୍ଦର ଜୋତା ମଧ୍ୟ ପିନ୍ଧିଛନ୍ତି। କ୍ରିତିଙ୍କ ଫଟୋଗୁଡ଼ିକୁ ଫଲୋଅର୍ସମାନେ ଖୁବ୍‌ ପସନ୍ଦ କରିଛନ୍ତି। ଫଟୋ ଶେୟାର କରି ସେ କ୍ୟାପଶନ ଲେଖିଛନ୍ତି, ଏହାଠୁ ସୁନ୍ଦର ଆଉ କିଛି ନାହିଁ…। କ୍ରିତିଙ୍କ ଫଟୋ ଇନ୍‌ଷ୍ଟାଗ୍ରାମରେ ୧୨ ଲକ୍ଷରୁ ଅଧିକ ଲାଇକ୍‌ ପାଇଛି। ଏଥିସହିତ ୪୦୦୦ରୁ ଅଧିକ କମେଣ୍ଟ ଆସିଛି।

କ୍ରିତିଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି। ଏହା ୨୦୨୩ର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ। ତାଙ୍କ ବ୍ୟତୀତ ପ୍ରଭାସଙ୍କର ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଫିଲ୍ମଟି ଶ୍ରୀ ରାମାୟଣ ଉପରେ ଆଧାରିତ। ଏହି ଫିଲ୍ମ ୧୬ ଜୁନ୍‌ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ସମୟରେ ସେ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ତିରୁପତିରେ ହୋଇଥିବା ଫାଇନାଲ ଟ୍ରେଲର ଲଞ୍ଚ ଅବସରରେ ଏହି ଶାଢ଼ିରେ ନଜର ଆସିଥିଲେ।

କ୍ରିତିଙ୍କ ଏହି ଶାଢ଼ିକୁ ଅର୍ପିତା ମେହେଟ୍ଟା ଡିଜାଇନ କରିଛନ୍ତି। ସେ ହାଲୁକା ମେକ୍‌ଅପ୍‌ ନେଇଥିଲେ ଏବଂ ଅଳଙ୍କାର ପିନ୍ଧିଥିଲେ। ଯାହା ତାଙ୍କ ଲୁକ୍‌କୁ ଆକର୍ଷଣୀୟା କରିଥିଲା।

Share