ବଜେଟ୍‌ ପୂର୍ବରୁ ଉଛୁଳିଲା ସେୟାର ମାର୍କେଟ୍‌, ବଢ଼ିଗଲା ସେନ୍‌ସେକ୍ସ-ନିଫ୍ଟି

ମୁମ଼୍ବାଇ, ୨୩।୦୭: ନୂଆ ସରକାର ଗଠନ ପରେ ପ୍ରଥମ ଥର ପାଇଁ ଆଜି ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ ହେବାକୁ ଯାଉଛି । ସାଧାରଣ ଲୋକଙ୍କ ସମେତ ସେୟାର ମାର୍କେଟ୍‌ ନିବେଶକଙ୍କ ମଧ୍ୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପରେ ବଡ଼ ଆଶା ରହିଛି । ଆଜି ଷ୍ଟକ ମାର୍କେଟ ନିବେଶକମାନଙ୍କ ପାଇଁ ଏକ ଶୁଭ ଦିନ ହେବ ବୋଲି ଆଶା କରାଯାଉଛି । ଘରୋଇ ଷ୍ଟକ ମାର୍କେଟ ବର୍ତ୍ତମାନ ସମୟରେ ଅନେକ ଥର ସର୍ବୋଚ୍ଚ ସ୍ତର ଛୁଇଁଛି । ଏଭଳି ପରିସ୍ଥିତିରେ ପୂର୍ଣ୍ଣ ବଜେଟ ଉପରେ ବଜାରର ପ୍ରଭାବ କ’ଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଘରୋଇ ଷ୍ଟକ ବଜାର ମଙ୍ଗଳବାର ଦିନ ବୃଦ୍ଧି ସହିତ ଖୋଲିଛି। ଯାହା ବଜେଟରୁ ଅନେକ ଆଶା କରୁଛି । ଆଜି ସକାଳ ୯.୧୫ରେ, ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‌ଇ)ର ବେଞ୍ଚମାର୍କ ସେନ୍‌ସେକ୍ସ ୨୩୬ ପଏଣ୍ଟ ବୃଦ୍ଧି ସହିତ ୮୦୭୩୮.୫୪ ସ୍ତରରେ କାରବାର କରୁଥିବା ଦେଖାଯାଇଥିଲା । ସେହିଭଳି ନିଫ୍ଟି ବା ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ମଧ୍ୟ ୨୪,୫୬୦.୩୦ ସ୍ତରରେ ୫୧ ପଏଣ୍ଟ ବୃଦ୍ଧି ସହିତ ଖୋଲିଛି।

Share