Categories: ବାଣିଜ୍ୟ

ଆମେରିକା ବ୍ୟାଙ୍କର ପ୍ରଭାବ, ରେକର୍ଡ ସ୍ତରରେ ସେୟାର ମାର୍କେଟ୍‌

ମୁମ଼୍ବାଇ, ୧୩।୬: ବିଶ଼୍ବର ସବୁଠାରୁ ବୃହତ୍‌ ଅର୍ଥନୈତିକ ଦେଶ ଆମେରିକାର ଫେଡରାଲ୍‌ ରିଜର୍ଭ ବ୍ୟାଙ୍କ୍‌ ଏହାର ନୀତିଗତ ସୁଧ ହାରକୁ ନେଇ ଘୋଷଣା କରିଛି । ଏହି ନିଷ୍ପତ୍ତି ସାରା ବିଶ଼୍ବର ଅପେକ୍ଷା ରହିଥିଲା । ଏହାର ପ୍ରଭାବ ଗୁରୁବାର ଭାରତୀୟ ଷ୍ଟକ୍‌ ମାର୍କେଟ୍‌ରେ ପରିଲିକ୍ଷିତ ହୋଇଛି । ସେୟାର ମାର୍କେଟ୍‌ ଆଜି ନୂଆ ରେକର୍ଡ କରିଛି । କାରବାର ସମୟରେ ଏହା ସବୁଠାରୁ ଉଚ୍ଚ ପଏଣ୍ଟରେ ପହଞ୍ଚିଥିବା ଦେଖିବାକୁ ମିଳିଛି ।
ବମ଼୍େବ ଷ୍ଟକ୍‌ ଏକ୍ସଚେଞ୍ଜର ୩୦ କମ୍ପାନୀ ବିଶିଷ୍ଟ ସେନ୍‌ସେକ୍ସ ୩୫୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇ ୭୭,୧୦୨.୦୫ ଅଙ୍କରେ ଖୋଲିଥିଲା । ପରେ ଏହା ୭୭,୧୪୫.୪୬ ପଏଣ୍ଟରେ ପହଞ୍ଚିଯାଇଥିଲା । ଯାହାକି ବିଏସ୍‌ଇର ସବୁଠାରୁ ଉଚ୍ଚ ସ୍ତରର ରେକର୍ଡ । ସେହିପରି ନ୍ୟାସନାଲ୍‌ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ଇଣ୍ଡେକ୍ସ ମଧ୍ୟ ସବୁଠାରୁ ଉଚ୍ଚ ସ୍ତରରକୁ ଆଜି ଛୁଇଁଛି । ୨୩,୪୮୦.୯୫ ପଏଣ୍ଟରେ ଆଜି ବଜାର ଖୋଲିଛି । କାରବାର ସମୟରେ ନିଫ୍ଟି ୨୩,୪୮୧.୦୫ ଅଙ୍କ ସହ ନୂଆ ରେକର୍ଡ କରିଛି ।

Share