Categories: ବାଣିଜ୍ୟ

ନିର୍ବାଚନ ଗଣତି ବେଳେ ନିବେଶକଙ୍କୁ ବଡ଼ ଝଟକା, ସେୟାର ମାର୍କେଟ୍ କ୍ରାସ୍

ମୁମ଼୍ବାଇ,୪|୬: ଦେଶରେ ଲୋକସଭା ନିର୍ବାଚନ ଭୋଟ ଗଣତି ଚାଲୁ ରହିଥିବା ବେଳେ ଏହାର ସିଧାସଳଖ ପ୍ରଭାବ ସେୟାର ମାର୍କେଟ୍ ଉପରେ ପଡ଼ିଛି| ସେୟାର ବଜାର ଡାଉନ୍ ହୋଇଯାଇଛି| ଫଳରେ ନିବେଶକଙ୍କୁ ବଡ଼ ଝଟକା ଲାଗିଛି| ବମ୍ବେ ଷ୍ଟକ୍ ଏକ୍ସେଚେଞ୍ଜର ୩୦ ସେୟାର ବିଶିଷ୍ଟ ସେନ୍ସେକ୍ସ ୨୭୦୦ ଅଙ୍କ (୩.୬୬ ପ୍ରତିଶତ) ହ୍ରାସ ସହିତ ୭୩୬୬୯ ପଏଣ୍ଟକୁ ଖସି ଆସିଛି| ସେହିପରି ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୮୦୯ ଅଙ୍କ (୩.୬ ପ୍ରତିଶତ) ହ୍ରାସ ସହିତ ୨୨୪୦୯ ସହ ସଂଘର୍ଷ କରୁଛି |ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଲିଷ୍ଟେଡ୍ ଥିବା କମ୍ପାନୀମାନଙ୍କର ମାର୍କେଟ୍ କ୍ୟାପିଟାଲାଇଜେସନ୍ ୮୭୮ ଲକ୍ଷ କୋଟିରୁ ୪୧୭.୧୩ ଲକ୍ଷ କୋଟିକୁ ଖସି ଆସିଛି |

ସେନ୍ସେକ୍ସର ଇଣ୍ଡକ୍ସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଏଚ୍ଡିଏଫ୍ସି ବ୍ୟାଙ୍କର ୫୬୫ ପଏଣ୍ଟ ହ୍ରାସ ପାଇଛି| ଏଥିସହିତ ଏଲ୍ ଆଣ୍ଡ୍ ଟି, ଏସ୍ବିଆଇ, ଆଇଟିସି, ଏନ୍ଟିପିସି ଏବଂ ପାଓ୍ୱାର ଗ୍ରିଡ୍ ଭଳି ବଡ଼ ବଡ଼ କମ୍ପାନୀର ସେୟାର ଆଜି ଡାଉନ୍ ରହିଛି| ସେହିପରି ନିଫ୍ଚିରେ ଆଦାନୀ ପୋଟର୍ସ, ଆଦାନୀ ଏଣ୍ଟର ପ୍ରାଇଜ୍, ଏଲ୍ ଆଣ୍ଡ୍ ଟି, ଓଏନ୍ଜିସି ଏବଂ କୋଲ ଇଣ୍ଡିଆର ସେୟାର ଡାଉନ୍ ରହିଛି|ଗତକାଲି ସେୟାର ମାର୍କେଟ୍ରେ ଉତ୍ସାହ ଦିଖିବାକୁ ମିଳିଥିଲା |ଏହାକୁ ନଜରରେ ରଖି ନିବେଶକ ଆଜି ମଧ୍ୟ କାରବାର ଆରମ୍ଭ କରିଥିଲେ| ହେଲେ ଆଜି ଟ୍ରେଡିଂ ଆରମ୍ଭରୁ ଏହା କ୍ରାସ୍ କରିଛି|

Share