Categories: ବାଣିଜ୍ୟ

ଭାରତରେ ପଡ଼ିଲା ଆମେରିକା ପ୍ରଭାବ, ଖସିଲା ସେୟାର ବଜାର

ମୁମ଼୍ବାଇ, ୦୨।୦୮: ଆମେରିକାରେ ଚିନ୍ତାଜନକ ଦର ବୃଦ୍ଧି ଏବଂ ଏସୀୟ ବଜାରରେ ହ୍ରାସର ପ୍ରଭାବ ଭାରତରେ ପଡ଼ିଛି । ଫଳରେ ନିଫ୍ଟି ଏବଂ ସେନ୍‌ସେକ୍ସ ଶୁକ୍ରବାର ଅହେତୁକ ହ୍ରାସର ସହ ଖୋଲିଛି । ବ୍ୟାଙ୍କିଂ, ଅଟୋ, ଆଇଟି ଏବଂ ଶକ୍ତି କ୍ଷେତ୍ରରେ ଏହି ହ୍ରାସ ଦେଖିବାକୁ ମିଳିଛି । ସକାଳ ୧୦ଟାରେ ବିଏସ୍‌ଇର ସେନ୍‌ସେକ୍ସ ୮୦୦ ପଏଣ୍ଟ ହ୍ରାସ ପାଇ ୮୧,୦୨୬କୁ ଏବଂ ନିଫ୍ଟି ୨୮୨ ଅଙ୍କ ଖସି ୨୪,୭୨୮ ପଏଣ୍ଟରେ ଟ୍ରେଡ୍‌ କରୁଥିବା ଦେଖିବାକୁ ମିଳିଥିଲା । ବିଏସ୍‌ଇରେ ସମସ୍ତ ତାଲିକାଭୁକ୍ତ କମ୍ପାନୀର ବଜାରପୁଞ୍ଜି ୪.୨୬ ଲକ୍ଷ କୋଟି ହ୍ରାସ ପାଇ ୪୫୭.୩୬ ଲକ୍ଷ କୋଟିକୁ ଖସି ଆସିଛି ।

Share