Categories: ବାଣିଜ୍ୟ

ଏକ୍‌ଜିଟ୍‌ ପୋଲ ରିପୋର୍ଟ ପରେ ହଠାତ ବଢିଗଲା ଏହି ସେୟାର ଦାମ

ମୁମ଼୍ବାଇ, ୩।୬: ଲୋକସଭା ନିର୍ବାଚନର ଏକ୍‌ଜିଟ୍‌ ପୋଲ ଆସିବା ପରେ ସେୟାର ମାର୍କେଟ୍‌ରେ ଏହାର ସିଧାସଳଖ ପ୍ରଭାବ ପଡ଼ିଛି। ସେୟାର ମାର୍କେଟ୍‌ ଏବେ ରେକର୍ଡ ସ୍ତରରେ ପହଞ୍ଚିଛି। ଚଳିତ ସପ୍ତାହର ଆରମ୍ଭରୁ ସେନ୍‌ସେକ୍ସ ୨,୬୨୧ ଅଙ୍କ ବୃଦ୍ଧି ପାଇବା ସହ ୭୬୫୮୩ ଅଙ୍କରେ ପହଞ୍ଚିଛି। ସେନ୍‌ସେକ୍ସରେ ପ୍ରାୟତଃ ସମସ୍ତ କମ୍ପାନୀର ସେୟାର ଦାମ୍‌ରେ ବୃଦ୍ଧି ହୋଇଛି। ଏଲ୍‌ ଆଣ୍ଡ୍‌ ଟି କମ୍ପାନୀର ସେୟାର ୭ ପ୍ରତିଶତ ବୃଦ୍ଧି ପାଇ ସବୁଠାରୁ ଆଗରେ ରହିଛି। ସେହିପରି ମହିନ୍ଦ୍ରା କମ୍ପାନୀର ସେୟାରରେ ମାତ୍ର ୧.୪୦ ପ୍ରତିଶତ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି।
ଅନ୍ୟପଟେ ନିଫ୍ଟିରେ ୮୦୭ ପଏଣ୍ଟ ବୃଦ୍ଧି ପାଇ ୨୩,୩୩୭ ପଏଣ୍ଟରେ ମାର୍କେଟ୍‌ରେ କାରବାର ଆରମ୍ଭ ହୋଇଛି। ଦୁଇ ଇଣ୍ଡେକ୍ସ ସବୁଠାରୁ ଉଚ୍ଚ ଅଙ୍କରେ ଆଜି ଖୋଲିଛି । ସେନ୍‌ସେକ୍ସ ୭୬୭୩୮ ଅଙ୍କରେ ଖୋଲି ରେକର୍ଡ ସ୍ତରରେ ପହଞ୍ଚିବା ବର୍ତ୍ତମାନ ୨୧୨୬ ଅଙ୍କ ବୃଦ୍ଧି ପାଇ ୭୬୦୭୭ ସ୍ତରରେ ରହିଛି। ସେହିପରି ନିଫ୍ଟି ୬୩୮ ଅଙ୍କ ବୃଦ୍ଧି ପାଇ ୨୩୧୬୯ ପଏଣ୍ଟ ସହ ବଜାରରେ କାରବାର କରୁଛି। ଆଦାନୀର ସେୟାର ଗୁଡ଼ିକ ସବୁଠାରୁ ଅଧିକ ପ୍ରତିଶତ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି।

Share