ରେକର୍ଡ ଭାଙ୍ଗିଲା ସେନସେକ୍ସ

ନୂଆଦିଲ୍ଲୀ,୩।୯:ଭାରତୀୟ ଷ୍ଟକ ମାର୍କେଟ କ୍ରମାଗତ ରେକର୍ଡ ଭାଙ୍ଗିବାରେ ଲାଗିଛି। ପ୍ରଥମ ଥର ପାଇଁ ସେନସେକ୍ସ ୫୮ ହଜାର ଅତିକ୍ରମ କରିଛି। ଶୁକ୍ରବାର ପ୍ରାରମ୍ଭିକ ଅଧିବେଶନରେ ସେନସେକ୍ସ ୨୧୭ ପଏଣ୍ଟ ବୃଦ୍ଧି ପାଇ ୫୮,୦୬୯ରେ ପହଞ୍ଚିଛି। ଅନ୍ୟପକ୍ଷରେ, ନିଫ୍ଟି ୬୬.୨୦ ପଏଣ୍ଟ ବୃଦ୍ଧି ପାଇ ରେକର୍ଡ ୧୭,୩୦୦ରେ ପହଞ୍ଚିଛି। ଏହାର ଗୋଟିଏ ଦିନ ପୂର୍ବରୁ ବିଏସଏ ସେନସେକ୍ସ ଗୁରୁବାର ୫୧୪ ପଏଣ୍ଟ ଲମ୍ଫ ଦେଇ ଏକ ନୂଆ ରେକର୍ଡରେ ବନ୍ଦ ହୋଇଯାଇଥିଲା।

Share