ୟୁ-ଟର୍ଣ୍ଣ ମାରିଲା ସେୟାର ବଜାର, ସେନ୍‌ସେକ୍ସରେ ୨୩ ୦୦ ପଏଣ୍ଟ ବୃଦ୍ଧି

ମୁମ଼୍ବାଇ,୫ା୬: ବୁଧବାର ସେୟାର ବଜାର ପୂର୍ବାବସ୍ଥାକୁ ଫେରିଥିବା ଦେଖିବାକୁ ମିଳିଛି। ସପ୍ତାହର ତୃତୀୟ ଦିନରେ ସେନ୍‌ସେକ୍ସରେ ୨୩୦୦ ପଏଣ୍ଟରୁ ଅଧିକ ବୃଦ୍ଧି ହୋଇଛି। ଅନ୍ୟପଟେ ନିଫ୍ଟିରେ ମଧ୍ୟ ୬୦୦ ଅଙ୍କ ବୃଦ୍ଧି ପରିଲିକ୍ଷିତ ହୋଇଛି । ଫଳରେ ସେନ୍‌ସେକ୍ସ ୭୪ ହଜାର ପାର କରିଥିବା ବେଳେ ନିଫ୍ଟି ୨୨,୫୦୦ ଅଙ୍କ ଅତିକ୍ରମ କରିଛି। ଦିନ ୨ଟା ସମୟ ପରେ କାରବାରରେ ସେନ୍‌ସେକ୍ସର ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କର ସେୟାର ୫ ପ୍ରତିଶତ ବୃଦ୍ଧି ହୋଇଛି। ବଜାଜ୍‌ ଫାଇନାନ୍ସ, ଏକ୍ସିସ୍‌ ବ୍ୟାଙ୍କ୍‌, କୋଟାକ୍‌ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌, ଏଚ୍‌ୟୁଏଲ, ମାରୁତି ଏବଂ ସନ୍‌ଫାର୍ମାର ସେୟାରରେ ମଧ୍ୟ ୪ ପ୍ରତିଶତରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି।

ବୁଧବାର କାରବାର ଆରମ୍ଭରୁ ସେନ୍‌ସେକ୍ସ ଏବଂ ନିଫ୍ଟିରେ ଲଗାତାର ବୃଦ୍ଧି-ହ୍ରାସ ଦେଖିବାକୁ ମିଳିଥିଲା। ମାର୍କେଟ୍‌ ଖୋଲିବା ପରେ ମାତ୍ର ୫ ମିନିଟ୍‌ରେ ୬୦୦ ଅଙ୍କ ବୃଦ୍ଧି ପାଇଥିଲା । କିନ୍ତୁ କିଛି ସମୟପରେ ଦୁଇ ଇଣ୍ଡେକ୍ସ ଲାଲ୍‌ ହୋଇଯାଇଥିଲା। ୧୫ ମିନିଟ୍‌ ମଧ୍ୟରେ ଦୁଇଥର ଏପରି ଦେଖିବାକୁ ମିଳିଥିଲା।

ସୂଚନା ଥାଉକି, ମଙ୍ଗଳବାର ସେୟାର ବଜାରରେ ଗୋଟିଏ ଦିନରେ ୬ ହଜାର ପଏଣ୍ଟ ଖସି ଯିବାରୁ ନିବେଶକଙ୍କ କୋଟି କୋଟି ଟଙ୍କା ବୁଡ଼ି ଯାଇଥିଲା। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ ସେନ୍‌ସେକ୍ସ ୪,୩୯୦ ପଏଣ୍ଟ ହ୍ରାସ (୫.୭୪ ପ୍ରତିଶତ) ପାଇ ୭୨,୦୭୯.୦୫ ପଏଣ୍ଟରେ ବନ୍ଦ ହୋଇଥିଲା। ସେହିପରି ନିଫ୍ଟି ୧୩୭୯ ପଏଣ୍ଟ ହ୍ରାସ ହୋଇ ୨୧,୮୮୪.୫୦ରେ ବନ୍ଦ ହୋଇଥିଲା ।

ମଙ୍ଗଳବାର କାରବାର ଆରମ୍ଭରୁ ବମ୍ବେ ଷ୍ଟକ୍ ଏକ୍ସେଚେଞ୍ଜର ୩୦ ସେୟାର ବିଶିଷ୍ଟ ସେନ୍ସେକ୍ସ ୨୭୦୦ ଅଙ୍କ (୩.୬୬ ପ୍ରତିଶତ) ହ୍ରାସ ସହିତ ୭୩୬୬୯ ପଏଣ୍ଟକୁ ଖସି ଆସିଥିଲା| ସେହିପରି ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୮୦୯ ଅଙ୍କ (୩.୬ ପ୍ରତିଶତ) ହ୍ରାସ ସହିତ ୨୨୪୦୯ ସହ ସଂଘର୍ଷ କରିଥିଲା| ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଲିଷ୍ଟେଡ୍ ଥିବା କମ୍ପାନୀମାନଙ୍କର ମାର୍କେଟ୍ କ୍ୟାପିଟାଲାଇଜେସନ୍ ୮୭୮ ଲକ୍ଷ କୋଟିରୁ ୪୧୭.୧୩ ଲକ୍ଷ କୋଟିକୁ ଖସି ଆସିଥିଲା |

ସେନ୍ସେକ୍ସର ଇଣ୍ଡକ୍ସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଏଚ୍ଡିଏଫ୍ସି ବ୍ୟାଙ୍କର ୫୬୫ ପଏଣ୍ଟ ହ୍ରାସ ପାଇଥିଲା| ଏଥିସହିତ ଏଲ୍ ଆଣ୍ଡ୍ ଟି, ଏସ୍ବିଆଇ, ଆଇଟିସି, ଏନ୍ଟିପିସି ଏବଂ ପାଓ୍ୱାର ଗ୍ରିଡ୍ ଭଳି ବଡ଼ ବଡ଼ କମ୍ପାନୀର ସେୟାର ଆଜି ଡାଉନ୍ ରହିଥିଲା| ସେହିପରି ନିଫ୍ଚିରେ ଆଦାନୀ ପୋଟର୍ସ, ଆଦାନୀ ଏଣ୍ଟର ପ୍ରାଇଜ୍, ଏଲ୍ ଆଣ୍ଡ୍ ଟି, ଓଏନ୍ଜିସି ଏବଂ କୋଲ ଇଣ୍ଡିଆର ସେୟାର ଡାଉନ୍ ରହିଥିଲା|ଗତକାଲି ସେୟାର ମାର୍କେଟ୍ରେ ଉତ୍ସାହ ଦିଖିବାକୁ ମିଳିଥିଲା |ଏହାକୁ ନଜରରେ ରଖି ନିବେଶକ ଆଜି ମଧ୍ୟ କାରବାର ଆରମ୍ଭ କରିଥିଲେ| ହେଲେ ଆଜି ଟ୍ରେଡିଂ ଆରମ୍ଭରୁ ଏହା କ୍ରାସ୍ କରିଥିଲା|


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri