ନୂଆଦିଲ୍ଲୀ: ପୁଞ୍ଜିବଜାରରେ ପୁଣି ଥରେ ଭଲ କାରବାର ହେଉଥିବା ନଜରକୁ ଆସିଛି। ଫଳରେ ଉଭୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ଏବଂ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ(ଏନ୍ଏସ୍ଇ) ରେକର୍ଡ ସ୍ତରରେ ରହିଛି। ସେନ୍ସେକ୍ସ ୩୯୩.୮୩% ବଢି ୪୯,୭୯୨.୧୨ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେନ୍ସେକ୍ସରେ ଟେକ୍ ମହିନ୍ଦ୍ରା ଏବଂ ମାରୁତି ସୁଜୁକିର ଶେୟାର କାରବାର ସବୁଠାରୁ ଭଲ ହୋଇଛି। ଏହି ୨ କମ୍ପାନୀର ଶେୟାର କାରବାର ୨% ଊର୍ଦ୍ଧ୍ୱ ବୃଦ୍ଧି ସହ ବନ୍ଦ ହୋଇଛି। ମୋଟାମୋଟି ଭାବେ ଅଭିବୃଦ୍ଧି କ୍ଷେତ୍ରରେ ଅଟୋମୋବାଇଲ ଏବଂ ଆଇଟି ଶେୟାର ଆଗରେ ରହିଛି। ସେନ୍ସେକ୍ସ ଚଳିତ ସପ୍ତାହରେ ୫୦ ହଜାରର ରେକର୍ଡ ସ୍ତରରେ ପହଞ୍ଚିବା ନେଇ ଆଶା କରାଯାଉଛି। ସେହିଭଳି ନିଫ୍ଟି କାରବାର ୧୨୩.୫୫ ପଏଣ୍ଟ ଊର୍ଦ୍ଧ୍ୱରେ ରହିବା ଯୋଗୁ ୧୪,୬୪୪.୭୦ ପଏଣ୍ଟରେ ବନ୍ଦ ହୋଇଛି। ଏଭଳି ସମୟରେ ଏସିଆର ଶେୟାର ବଜାରଗୁଡିକରେ ବୃଦ୍ଧି ପରିଲକ୍ଷିତ ହୋଇଛି।