ମାଙ୍କଡ଼ର ଜୀବନ ବଞ୍ଚାଇଲେ ଜଣେ ବ୍ୟକ୍ତି, ଫଟୋ ଶେୟାର କରି ଏହି ଅଭିନେତ୍ରୀ କହିଲେ…

ମୁମ୍ବାଇ: ସୋସିଆଲ ମିଡିଆରେ ଅନେକ ସମୟରେ ମଣିଷ ଏବଂ ପଶୁମାନଙ୍କୁ ନେଇ ଭିଡିଓ ଶେୟାର ହୋଇଥାଏ। ଏଥିରୁ ମଣିଷ- ପଶୁ ମଧ୍ୟରେ ଥିବା ସୁସମ୍ପର୍କ ବୁଝାପଡ଼େ।

ଏହିପରି ଏକ ଭିଡିଓକୁ ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ ତାଙ୍କ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି। ଯେଉଁଥିରେ ଜଣେ ବ୍ୟକ୍ତି ଆହତ ମାଙ୍କଡକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଏପରିକି ବ୍ୟକ୍ତିଜଣକ ମାଙ୍କଡ଼ର ପାଟିରେ ନିଃଶ୍ୱାସ ମଧ୍ୟ ଦେଉଥିବା ଦେଖିବାକୁ ମିଳିଛି।

ଭିଡିଓ ଶେୟାର କରି ରବିନା କ୍ୟାପଶନ ଲେଖିଛନ୍ତି, ଏହା ମାନବିକତାର ଏକ ଚମତ୍କାର ଉଦାହରଣ, ଯାହା ମୁଁ ବହୁ ଦିନ ପରେ ଦେଖିଲି। ମୁଁ ଇଚ୍ଛା କରେ ମୁଁ ଏହି ଭଦ୍ରଲୋକଙ୍କୁ ଭେଟିପାରେ। ସତରେ ସୁପରହିଟ୍‌। ଆୟୁଷ୍ମାନ ଭବ। ଭଗବାନଙ୍କ ଆଶୀର୍ବାଦ ସବୁବେଳେ ଆପଣଙ୍କ ସହିତ ରହୁ।

Share