ଗୀତା ବାଣ୍ଟି ନିଆରା ଭୋଟ ଭିକ୍ଷା

ଆଳି,୧୪ା୨(ଡି.ଏନ.ଏ.): ଚଳିତ ପଞ୍ଚାୟତ ନିର୍ବାଚନରେ ଏବେ ନିଆରା ପ୍ରଚାର ଦେଖିବାକୁ ମିଳୁଛି। ପ୍ରାର୍ଥୀ, ପ୍ରାର୍ଥିନୀମାନେ ଭିନ୍ନ ତରିକାରେ ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଜଣେ ପ୍ରାର୍ଥିନୀଙ୍କର ବହି ଚିହ୍ନ ଥିବାରୁ ସେ ଭୋଟରମାନଙ୍କୁ ଓଡ଼ିଆ ଜନଜୀବନର ମୁଖ୍ୟ ଧର୍ମଗ୍ରନ୍ଥ ଗୀତା ବାଣ୍ଟି ଭୋଟ୍‌ ଭିକ୍ଷା କରୁଛନ୍ତି। ଆଳି ବ୍ଲକ ଅନ୍ତର୍ଗତ ମାଣିକପାଟଣା ପଞ୍ଚାୟତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ ପ୍ରଣତୀ ପାତ୍ରଙ୍କୁ ନିର୍ବାଚନରେ ଖୋଲାବହି ଚିହ୍ନ ମିଳିଛି। ତେଣୁ ସେ ଘର ଘର ବୁଲି ପ୍ରଚାର କରୁଥିବା ବେଳେ ଭୋଟରମାନଙ୍କୁ ଗୀତା ପୁସ୍ତକ ବାଣ୍ଟୁଛନ୍ତି। ସେ ନିର୍ବାଚନରେ ବିଜୟୀ ହେଲେ ପଞ୍ଚାୟତର ସାମଗ୍ରିକ ବିକାଶ ସହ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଉଥିବା ଦେଖିବାକୁ ମିଳିଛି। ପୂର୍ବରୁ ପ୍ରାର୍ଥୀମାନେ ନିଜ ନିଜର ଚିହ୍ନ ନେଇ ପ୍ରଚାର କରୁଥିବା ବେଳେ ପ୍ରଣତୀଙ୍କ ଏଭଳି ନିଆରା ପ୍ରଚାର ପଞ୍ଚାୟତରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି।

Share