ମୋଦିଙ୍କ ସହିତ ରହିଛି ଶରିଫ୍‌ଙ୍କର ନିବିଡ଼ ସମ୍ପର୍କ !

ଇସଲାମାବାଦ୍‌, ୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କର ନିବିଡ଼ ସମ୍ପର୍କ ରହିଛି। ଏନେଇ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କର ବିଶେଷ ରାଜନୈତିକ ସହାୟକ ଶାହବାଜ୍‌ ଗିଲ୍‌ ଅଭିଯୋଗ ଆଣିଛନ୍ତି। ନଓ୍ବାଜ୍‌ ଜଣେ ଦେଶଦ୍ରୋହୀ ବୋଲି ଗିଲ୍‌ କହିଛନ୍ତି। କୁଳଭୂଷଣ ଯାଦବଙ୍କୁ ଗିରଫ କରିବା ଲାଗି ନଓ୍ବାଜ ପ୍ରସ୍ତୁତ ନ ଥିଲେ। ଗିଲ୍‌ କହିଛନ୍ତି ଯେ, ମୋଦି ଏବଂ ନଓ୍ବାଜ୍‌ ନେପାଳର କାଠମାଣ୍ଡୁରେ ପରସ୍ପରକୁ ଭେଟିଥିଲେ। ଏସମ୍ପର୍କରେ ଭାରତୀୟ ଗଣମାଧ୍ୟମ ପ୍ରତିନିଧି ବର୍ଖା ଦତ୍ତଙ୍କ ପୁସ୍ତକରେ ଉଲ୍ଲେଖ ରହିଥିବା ଗିଲ୍‌ କହିଛନ୍ତି। ସେହିପରି ଲଣ୍ଡନର ଭାରତୀୟ ଦୂତାବାସରେ ମଧ୍ୟ ମୋଦି ଏବଂ ନଓ୍ବାଜ୍‌ଙ୍କ ମଧ୍ୟରେ ବୈଠକ ହୋଇଥିବା ଗିଲ୍‌ ଅଭିଯୋଗ କରିଛନ୍ତି। ତେବେ ଇମ୍ରାନ୍‌ ଏଭଳି କାହିଁକି କରୁଛନ୍ତି ସେନେଇ ପାକିସ୍ତାନ ଗଣମାଧ୍ୟମରେ ବିଭିନ୍ନ ଖବର ପ୍ରକାଶିତ ହୋଇଛି। ନଓ୍ବାଜ୍‌ଙ୍କୁ ଦେଶକୁ ଫେରାଇ ଆଣିବା ଲାଗି ପାକିସ୍ତାନ ସେନା ଯୋଜନା କରୁଛି। ନଓ୍ବାଜ୍‌ ସ୍ବଦେଶ ଫେରିଲେ ଇମ୍ରାନ୍‌ଙ୍କ ରାଜନୈତିକ ପଥରେ କଣ୍ଟା ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ଇମ୍ରାନ୍‌ ନଓ୍ବାଜ୍‌ଙ୍କ ବିରୋଧରେ ଏଭଳି ମୋର୍ଚ୍ଚା ଖୋଲିଥିବା କୁହାଯାଉଛି।

Share