ସପ୍ତାହକୁ ୩ ଦିନ ଛୁଟି

ଦୁବାଇ,୯।୧୨: ଆସନ୍ତା ୧ ତାରିଖରୁ ସରକାରୀ କାର୍ଯ୍ୟାଳୟରେ ସପ୍ତାହକୁ ୩ ଦିନ କାମ କରିବାକୁ ପଡ଼ିବ। ଏଭଳି ନିୟମ ସମ୍ପର୍କରେ ଗୁରୁବାର ଘୋଷଣା କରିଛି ସଦର୍ନ ଗଲ୍ଫ ଏମିରେଟ ଅଫ୍‌ ଶାରଜା। ଏଥିପୂର୍ବରୁ ୟୁନାଇଟେଡ୍‌ ଆରବ ଏମିରେଟ (ୟୁଏଇ) ମଙ୍ଗଳବାର ସରକାରୀ ଓ ବେସରକାରୀ କର୍ମାଚାରୀଙ୍କ ପାଇଁ ସାପ୍ତାହିକ ସାଢ଼େ ୪ ଦିନ କାମ ଘୋଷଣା କରିଥିଲା। ଫଳରେ ରବିବାରରୁ ଶୁକ୍ରବାର ମଧ୍ୟାହ୍ନ ପର୍ଯ୍ୟନ୍ତ ବଢ଼ିଥିଲା ଦେଶର ସାପ୍ତାହିକ ଛୁଟି।

ଏହାଠାରୁ ଟିକେ ଆଗକୁ ଯାଇ ଶାରଜା ଏକ୍ସିକ୍ୟୁଟିଭ କାଉନ୍ସିଲ ସରକାରୀ କାର୍ଯ୍ୟାଳୟରେ ସାପ୍ତାହିକ ୪ ଦିନ କାମ ହେବ ବୋଲି ଘୋଷଣା କରିଛି। କର୍ମଚାରୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି କରିବା ପାଇଁ ୟୁଏଇର ଦୂରଦୃଷ୍ଟିକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନେଇଛୁ। ଏହାଦ୍ୱାରା ବ୍ୟବସାୟିକ ପରିବେଶ ଏବଂ ଆର୍ଥିକ ମାର୍କେଟରେ ଉନ୍ନତି ଆସିବ। ଯଦ୍ଦ୍ବାରା ବିଶ୍ୱର ପ୍ରଗତି ଗତି ସହ ଆମେ ଆଗେଇପାରିବା ବୋଲି କୁହାଯାଇଛି। ଆସନ୍ତା ୧ ତାରିଖରୁ ଏହି ନିୟମ କାର୍ଯ୍ୟକାରୀ ହେବା ପରେ ଶାରଜାର ସରକାରୀ କାର୍ଯ୍ୟାଳୟରେ ସୋମବାରରୁ ଗୁରୁବାର ପର୍ଯ୍ୟନ୍ତ କାମ ହେବ।

Share