ଶାରଳା ଆମେରିକାରେ ବିଚାରପତି

ଭାରତୀୟ ବଂଶୋଦ୍ଭବ ଶାରଳା ବିଦ୍ୟା ନାଗଲାଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କନେକ୍ଟିକଟ୍‌ ରାଜ୍ୟରେ ବିଚାରପତି ନିଯୁକ୍ତ କରିଛନ୍ତି। ନାଗଲା ୨୦୧୭ରୁ କନେକ୍ଟିକଟ୍‌ ଜିଲାର ଆମେରିକା ଆଟର୍ନି ଅଫିସ୍‌ରେ ମେଜର କ୍ରାଇମ୍‌ ୟୁନିଟ୍‌ର ଡେପୁଟି ଚିଫ୍‌ ଅଛନ୍ତି। ବିଚାରପତି ପଦରେ ନିଯୁକ୍ତ ହେବାରେ ନାଗଲା ପ୍ରଥମ ଦକ୍ଷିଣ ଏସିଆ ବଂଶୋଦ୍ଭବ। ୨୦୧୨ରେ ସେ ଆମେରିକା ଆଟର୍ନି ଅଫିସ୍‌ରେ ଯୋଗଦେଇଥିଲେ। ଏ ପର୍ଯ୍ୟନ୍ତ ସେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ସୁଚାରୁରୂପେ ଦାୟିତ୍ୱ ତୁଲାଇଛନ୍ତି।

Share