ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତାଙ୍କ ବାପା

ବଲିଉଡ୍‌ ଅଭିନେତା ଶର୍ମନ ଯୋଶୀଙ୍କ ପିତା ଅରବିନ୍ଦ ଯୋଶୀଙ୍କର ଶୁକ୍ରବାର ମୃତ୍ୟୁ ଘଟିଛି। ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଛି। ତେବେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ଅରବିନ୍ଦଙ୍କ ମୃତ୍ୟୁରେ ଅଭିନେତା ପରେଶ ରାଓ୍ବଲ ଦୁଃଖ ପ୍ରକାଶ କରିଛନ୍ତି।
ଅରବିନ୍ଦ ଜଣେ ଗୁଜୁରାଟୀ ଥିଏଟର ଅଭିନେତା ତଥା ନିର୍ଦ୍ଦେଶକ ଥିଲେ। ମୃତ୍ୟୁ ସମୟରେ ତାଙ୍କ ପାଖରେ ସ୍ତ୍ରୀ ଓ ୨ ପିଲା (ଅଭିନେତା ଶରମନ ଏବଂ ତାଙ୍କ ଭଉଣୀ ଯିଏକି ଅଭିନେତା ରୋହି ରୟଙ୍କୁ ବିବାହ କରିଛନ୍ତି) ଥିଲେ। ଅରବିନ୍ଦ ଅଭିନେତ୍ରୀ ସରିତା ଯୋଶୀଙ୍କ ଭାଇ ଏବଂ ଅଭିନେତ୍ରୀ କେତକୀ ଦେବଙ୍କ ଦାଦା ଥିଲେ।

Share