Categories: ଜାତୀୟ

ପ୍ରଧାନମନ୍ତ୍ରୀ ମଣିପୁର ଆସିବାକୁ ଶର୍ମିଲାଙ୍କ ଅପିଲ୍‌

ଇମ୍ଫାଲ, ୭।୫: ମଣିପୁରରେ ହିଂସା ଜାରି ରହିଥିବାବେଳେ ଶାନ୍ତି ରକ୍ଷା ପାଇଁ ଧର୍ମମତ ନିର୍ବିଶେଷରେ ସବୁ ମହିଳା ଆଗେଇ ଆସିବାକୁ ସିଭିଲ ରାଇଟ୍ସ କର୍ମୀ ଇରୋମ ଶର୍ମିଲା ଚାନୁ ଶନିବାର ଆହ୍ବାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ମଣିପୁର ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ସହ ତାହାର ସମାଧାନ କରିବାକୁ ଶର୍ମିଲା ଅନୁରୋଧ କରିଛନ୍ତି। ଆଇରନ୍‌ ଲେଡି ଶର୍ମିଲା କହିଛନ୍ତି, ମଣିପୁର ଜଳୁଥିବାବେଳେ ଲୋକଙ୍କ ଦୁର୍ଦ୍ଦଶାରେ ସେ ମର୍ମାହତ। ସବୁ ମେଇତି ଏବଂ ଆଦିବାସୀ ଏକାଠି ହୋଇ ହିଂସା ବନ୍ଦ କରିବାକୁ ସେ ଆହ୍ବାନ ଦେଇଛନ୍ତି। ସବୁ ମହିଳାମାନେ ସେମାନଙ୍କ ମାତୃତ୍ୱ ଗୁଣରେ କାର୍ଯ୍ୟ କରି ଶାନ୍ତି ଫେରାଇ ଆଣିବାକୁ ଶର୍ମିଲା କହିଛନ୍ତି।

Share